ଓଡିଶା

ନୁନୁକାପଶି ପଞ୍ଚାୟତ ବଇଣ୍ଡାରେ ସ୍ୱଚ୍ଛ ଭାରତ ଅଭିଯାନ

ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ନୁନୁକାପଶି  ପଞ୍ଚାୟତ ବଇଣ୍ଡାରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ ହୋଇଥିଲା । ବଇଣ୍ଡା ଛକରେ ଥିବା ସମସ୍ତ ଦୋକାନ ବଜାର, ଗଳିକନ୍ଦି, ମେଡିକାଲ୍, ପଞ୍ଚାୟତ କାର୍ଯ୍ୟାଳୟ ବଇଣ୍ଡା ପୋଲିସ ଫାଣ୍ଡି ପରିସର ଗୁଡ଼ିକୁ କିପରି ସ୍ୱଚ୍ଛ ରହିବ ସେନେଇ ଅଭିଯାନ ଆରମ୍ଭ ହେଇଥିଲା । ଏଥିରେ ନୁନୁକାପଶି ସରପଞ୍ଚଙ୍କ ପ୍ରତିନିଧି ଭାବେ ମାନସ ସାହୁ, ଫ୍ରେଣ୍ଡସ କ୍ଲବର କିଛି ସଦସ୍ୟ ଦିନେଶ ମହାନ୍ତି, ଆଲୋକ ମହାନ୍ତି, ରାଜେନ୍ଦ୍ର ପ୍ରଧାନ, ମାନସ ରଞ୍ଜନ ବେହେରା, ଆରୋମିରା ଆବାସିକ ବିଦ୍ୟାଳୟର ସମ୍ପାଦକ ହରେକୃଷ୍ଣ ବିଶ୍ଵାଳ ଓ ସ୍କୁଲର ସମସ୍ତ ଛାତ୍ର ଓ ଶିକ୍ଷକ ମାନେ ଅଂଶ୍ରଗ୍ରହଣ କରିଥିଲେ ଓ ଆନିମଲ ରେସ୍କ୍ୟୁ ଟିମର ମୁଖ୍ୟ ଭାବେ ସିଦ୍ଧେଶ୍ୱର ରଥ, ମିଥୁନ ଦାସ, ନିର୍ମଳ ସାହୁ, ସନ୍ତୋଷ ସାହୁ ଓ ସମସ୍ତ ସଦସ୍ୟ ମାନେ ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହୋଇଥିଲେ। ଏହି ଅଭିଯାନରେ ବଇଣ୍ଡା ପୋଲିସ ଫାଣ୍ଡି ଅଧିକାରୀ ତପନ କୁମାର ରାଏ ଓ ସମସ୍ତ କର୍ମଚାରୀ ମାନେ ଯୋଗ ଦେଇ କିପରି ବଇଣ୍ଡା ଏରିଆକୁ ସଦାସର୍ବଦା ସ୍ୱଚ୍ଛ ରଖି ପାରିବା ତା ଉପରେ ଆମକୁ ବାର୍ତ୍ତା ଦେଇ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।

Related posts

ସାଧାରଣତନ୍ତ୍ର ଦିବସ: ଦିଲ୍ଲୀରେ ୪ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କଡାକଡି

mahabharatanews

ଆଜି ହେଉଛି ବିଶ୍ବ ଏଡ୍‌ସ ଦିବସ

mahabharatanews

କରୋନା ଆକ୍ରାନ୍ତଙ୍କ ପରିଚୟ ସାର୍ବଜନୀନ ନ କରିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ

mahabharatanews