ଓଡିଶା

ନୁନୁକାପଶି ପଞ୍ଚାୟତ ବଇଣ୍ଡାରେ ସ୍ୱଚ୍ଛ ଭାରତ ଅଭିଯାନ

ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ନୁନୁକାପଶି  ପଞ୍ଚାୟତ ବଇଣ୍ଡାରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ ହୋଇଥିଲା । ବଇଣ୍ଡା ଛକରେ ଥିବା ସମସ୍ତ ଦୋକାନ ବଜାର, ଗଳିକନ୍ଦି, ମେଡିକାଲ୍, ପଞ୍ଚାୟତ କାର୍ଯ୍ୟାଳୟ ବଇଣ୍ଡା ପୋଲିସ ଫାଣ୍ଡି ପରିସର ଗୁଡ଼ିକୁ କିପରି ସ୍ୱଚ୍ଛ ରହିବ ସେନେଇ ଅଭିଯାନ ଆରମ୍ଭ ହେଇଥିଲା । ଏଥିରେ ନୁନୁକାପଶି ସରପଞ୍ଚଙ୍କ ପ୍ରତିନିଧି ଭାବେ ମାନସ ସାହୁ, ଫ୍ରେଣ୍ଡସ କ୍ଲବର କିଛି ସଦସ୍ୟ ଦିନେଶ ମହାନ୍ତି, ଆଲୋକ ମହାନ୍ତି, ରାଜେନ୍ଦ୍ର ପ୍ରଧାନ, ମାନସ ରଞ୍ଜନ ବେହେରା, ଆରୋମିରା ଆବାସିକ ବିଦ୍ୟାଳୟର ସମ୍ପାଦକ ହରେକୃଷ୍ଣ ବିଶ୍ଵାଳ ଓ ସ୍କୁଲର ସମସ୍ତ ଛାତ୍ର ଓ ଶିକ୍ଷକ ମାନେ ଅଂଶ୍ରଗ୍ରହଣ କରିଥିଲେ ଓ ଆନିମଲ ରେସ୍କ୍ୟୁ ଟିମର ମୁଖ୍ୟ ଭାବେ ସିଦ୍ଧେଶ୍ୱର ରଥ, ମିଥୁନ ଦାସ, ନିର୍ମଳ ସାହୁ, ସନ୍ତୋଷ ସାହୁ ଓ ସମସ୍ତ ସଦସ୍ୟ ମାନେ ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହୋଇଥିଲେ। ଏହି ଅଭିଯାନରେ ବଇଣ୍ଡା ପୋଲିସ ଫାଣ୍ଡି ଅଧିକାରୀ ତପନ କୁମାର ରାଏ ଓ ସମସ୍ତ କର୍ମଚାରୀ ମାନେ ଯୋଗ ଦେଇ କିପରି ବଇଣ୍ଡା ଏରିଆକୁ ସଦାସର୍ବଦା ସ୍ୱଚ୍ଛ ରଖି ପାରିବା ତା ଉପରେ ଆମକୁ ବାର୍ତ୍ତା ଦେଇ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।

Related posts

ଆଜି ବି ଭଙ୍ଗା କୁଡିଆ ତଳେ ବିତୁଛି ପ୍ରସନ୍ନଙ୍କ ଜୀବନ

mahabharatanews

କରୋନା ସାଙ୍ଗକୁ, ଦାଉ ସାଜୁଛି କାଳ ଵୈଶାଖୀ

mahabharatanews

ଖୋର୍ଦ୍ଧାରେ ୭୭ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

mahabharatanews