ଓଡିଶା

ଗନ୍ଧମାର୍ଦ୍ଦନ ସୁରକ୍ଷା ଏକ୍ସନ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଧଣ୍ଡାମୁଣ୍ଡା ଗ୍ରାମରେ ଗାନ୍ଧମାର୍ଦ୍ଦନ ସୁରକ୍ଷା ଏକ୍ସନ କମିଟି ପକ୍ଷରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ବାର୍ଷିକ ଉପଲକ୍ଷେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ଅଞ୍ଚଳର ଶତାଧିକ ପୁରୁଷ ଓ ମହିଳା ଯୋଗ ଦେଇଥିଲେ। ବୈଠକ ପୂର୍ବରୁ ସମସ୍ତ ସଦସ୍ୟ ହରିଶଙ୍କର ବାବାଙ୍କ ମନ୍ଦିରରୁ ମସାଲ ଯାତ୍ରା କରି ଧଣ୍ଡାମୁଣ୍ଡା ଗ୍ରାମ ପର୍ଯ୍ୟନ୍ତ ଆସିଥିଲେ। ପରେ ଗାନ୍ଧମାର୍ଦ୍ଦନ ସୁରକ୍ଷା ଏକ୍ସନ କମିଟିର ନେତୃତ୍ୱରେ ସଭାଟି ଅନୁଷ୍ଠିତ ହୋଇଥିଲା। ଏଠାରେ ଅନେକ ଟାଣୁଆ ନେତାଙ୍କ ନେତୃତ୍ୱରେ ଗାନ୍ଧମାର୍ଦ୍ଦନ ପାହାଡ଼ର ସୁରକ୍ଷାକୁ ପ୍ରାଥମିକତା ଦେଇ ସମସ୍ତେ ଏକତ୍ର ହୋଇ ପ୍ରତିଜ୍ଞା ନେଇଥିଲେ। ବକ୍ତାମାନେ କହିଥିଲେ ଯେ ଓଡ଼ିଶାର ଉନ୍ନତି ଓ ଓଡ଼ିଆଙ୍କ ବିକାଶ ପାଇଁ ନୂତନ ସରକାର ଗଠିତ ହୋଇଛି।

କିନ୍ତୁ ନୂତନ ସରକାରର ଉପମୁଖ୍ୟମନ୍ତ୍ରୀ ସ୍ଥାନୀୟ ବଲାଙ୍ଗୀର ଜିଲ୍ଲାର ହେବା ସତ୍ୱେ ବିଭିନ୍ନ ମୁଷ୍ଟିମେୟ କମ୍ପାନୀ ଗାନ୍ଧମାର୍ଦ୍ଦନ ପର୍ବତର ଜଳ, ଜମି, ଖଣି ଓ ମୂଲ୍ୟବାନ ଔଷଧୀୟ ବୃକ୍ଷ ଉପରେ ଦୃଷ୍ଟି ପକାଇଥିବା ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଗଭୀର ଚିନ୍ତା ପ୍ରକାଶ ପାଇଛି। ଏହାର ପ୍ରତିବାଦ ସ୍ୱରୂପ ଗାନ୍ଧମାର୍ଦ୍ଦନ ସୁରକ୍ଷା ଏକ୍ସନ କମିଟି ସଦାସର୍ବଦା ସଚେତନ ଓ ଜାଗ୍ରତ ରହି ଏହି ପାହାଡ଼ର ସୁରକ୍ଷା ପାଇଁ ଲଢ଼େଇ ଜାରି ରଖିବ ବୋଲି ସଭାରେ ସଙ୍କଳ୍ପ ନିଆଯାଇଥିଲା। ସେଥିପାଇଁ ଅଞ୍ଚଳର ସୁରକ୍ଷାରେ ସକ୍ରିୟ ଭୂମିକା ନେଇଥିବା ସ୍ଥାନୀୟ ଯୋଦ୍ଧାମାନଙ୍କୁ ପ୍ରତ୍ୟେକଙ୍କୁ ଗୋଟିଏ କରି ବାଉଁଶ ଲାଠି ପୁରସ୍କାର ସ୍ୱରୂପ ପ୍ରଦାନ କରାଯାଇଥିଲା। ଯାହାକି  ଅନ୍ୟାୟକାରୀ କମ୍ପାନୀ ଓ ଅନ୍ଧ ଲୋଭି ପ୍ରଶାସନଙ୍କ ବିରୁଦ୍ଧରେ ବ୍ୟବହାର କରାଯିବ l

Related posts

ପୁଲିସ ମହାନିର୍ଦ୍ଦେଶକଙ୍କ ରାଉରକେଲା ଗସ୍ତ

mahabharatanews

ଠିକାଦାରଙ୍କ ମନମାନିକୁ ବିରୋଧ, ଉଦ୍ୟାନ ବିଭାଗ ଶ୍ରମିକଙ୍କ ବିକ୍ଷୋଭ

mahabharatanews

ଲଢେଇ ହେତୁ ଆଖିବୁଜିଲା ୭ ମାସର ହାତୀ ଛୁଆ

mahabharatanews