ଓଡିଶା

ହରିପୁର ଗ୍ରାମରେ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଉଦ୍ଘାଟିତ

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମୌସୁଧା ପଞ୍ଚାୟତର ହରିପୁର ଗ୍ରାମରେ ଦୀର୍ଘଦିନର ଦାବି ପରେ ଏକ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଛି। ସରସ୍ବତୀ ପୂଜା ଭଳି ପବିତ୍ର ଦିନରେ ଏହି କେନ୍ଦ୍ରର ଉଦଘାଟନ କରାଯାଇଛି। ଉଦ୍ଘାଟନ ଉତ୍ସବରେ ଚାନ୍ଦବାଲି ବ୍ଲକ ବିଡ଼ିଓ ସଂଜୀବ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ନୂତନ ଅଙ୍ଗନବାଡ଼ି କେନ୍ଦ୍ରର ଗୃହ ପ୍ରବେଶ କରାଇଥିଲେ। ସମ୍ମାନିତ ଅତିଥି ଭାବେ ମୌସୁଧା ପଞ୍ଚାୟତର ସରପଞ୍ଚ ସୁରଭି ନାୟକ ଉପସ୍ଥିତ ଥିଲେ l

ହରିପୁର ଗ୍ରାମରେ ଏପର୍ଯ୍ୟନ୍ତ ନିଜସ୍ୱ ଅଙ୍ଗନବାଡ଼ି କେନ୍ଦ୍ର ନଥିବାରୁ କୁନି କୁନି ପିଲାମାନେ ଓ ତାଙ୍କର ଅଭିଭାବକମାନେ ଗୌଡୁଣିପୋଖରୀ ଗାଁକୁ ଯାଇ ଅଙ୍ଗନବାଡ଼ି ସୁବିଧା ନେବାକୁ ବାଧ୍ୟ ହେଉଥିଲେ। ନୂତନ କେନ୍ଦ୍ର ଖୋଲିବା ପରେ ହରିପୁର ଗ୍ରାମର ଅଭିଭାବକମାନେ ଖୁସି ପ୍ରକାଶ କରିବା ସହ ପ୍ରଶାସନ ଓ ଜନପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାଦ୍ୱାରା ଗ୍ରାମର ଶିଶୁମାନେ ନିଜ ଗାଁରେ ହିଁ ଶିକ୍ଷା ଓ ପୋଷଣ ସୁବିଧା ପାଇପାରିବେ ବୋଲି ଆଶା ପ୍ରକାଶ ପାଇଛି।

Related posts

ମୁଖ୍ୟମନ୍ତ୍ରୀଙ୍କୁ ପୁରୀ ଯୁବ କଂଗ୍ରେସର ବିରୋଧ

mahabharatanews

ରାଜ୍ୟରେ ଜବତ ହେଲାଣି କୋଟି କୋଟି ଟଙ୍କାର ମଦ

mahabharatanews

ବନ୍ଦ ହେଲା ହୀରାକୁଦର ୧୦ଟି ଗେଟ  

mahabharatanews