ଓଡିଶାଭାରତରାଜନୀତି

ନିର୍ଦ୍ଧାରିତ ସମୟ ପୂର୍ବରୁ ହୋଇପାରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ।

ରାଜ୍ୟରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସଠିକ ସମୟ ଘୋଷଣା ହୋଇ ନଥିଲେ ମଧ୍ୟ ରାଜନୈତିକ ଦଳର ନେତାମାନେ ନିଜନିଜର କ୍ଷେତ୍ର ସଜାଡୁଛନ୍ତି। ଏବେ ରାଜ୍ୟର ଅନେକ ସରପଞ୍ଚ ଏବଂ ସମିତି ସଭ୍ୟ ଦଳ ଡେଉଁଛନ୍ତି। ଏହାରି ମଧ୍ୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ ଏକ ସୂଚନା ଦେଇଛନ୍ତି ଏବଂ କହିଛନ୍ତି ଯେ, ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଆଗୁଆ ହୋଇପାରେ। ଏହି ନିର୍ବାଚନ ୨ରୁ ୩ମାସ ପୂର୍ବରୁ ହୋଇପାରେ। ସୂଚନାଯୋଗ୍ୟ, ଦେଶର ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଭୋଟର ତାଲିକାର ‘ସ୍ବତନ୍ତ୍ର ସଂଶୋଧନ’ (ଏସ୍‌ଆଇଆର୍‌) ପ୍ରକ୍ରିୟା ଚାଲିଛି। ଆସନ୍ତା ଫେବ୍ରୁଆରି ମାସରେ ଏହା ଶେଷ ହେବ। ଏହାପରେ ତୃତୀୟ ପର୍ଯ୍ୟାୟରେ ଓଡ଼ିଶାରେ ଭୋଟର ତାଲିକାର ଏସ୍‌ଆଇଆର୍ ହେବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଏହାକୁ ଲକ୍ଷ୍ୟ ରଖି ରାଜ୍ୟରେ ପ୍ରି-ଏସ୍ଆଇଆର୍ କାର୍ଯ୍ୟ ଆରମ୍ଭ ହୋଇସାରିଛି। ଠିକ୍ ଏମିତି ସମୟରେ ଭାରତର ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ। ଓଡ଼ିଶାର ଏସ୍‌ଆଇଆର୍ ପ୍ରସ୍ତୁତି ସମ୍ପର୍କରେ ସେ ସମୀକ୍ଷା କରିଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ଓଡ଼ିଶାର ଏସ୍‌ଆଇଆର୍ ପ୍ରକାଶ ପାଇବ ଓ ଏହା ଅନୁଯାୟୀ ରାଜ୍ୟରେ ୨୦୨୭ ମସିହାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରିବାକୁ ପ୍ରସ୍ତୁତି ଚାଲିଛି ।

Related posts

ବୁର୍ଲା ବଡ଼ ଡାକ୍ତରଖାନାରେ ୨ ଶିଶୁ କରୋନା ପଜିଟିଭ ଚିହ୍ନଟ

mahabharatanews

ବୌଦ୍ଧ କଚେରୀ ପଡିଆରେ ଚାଲିଛି ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା

mahabharatanews

ରଥଯାତ୍ରା ସମୟରେ ବିପର୍ଯ୍ୟୟ ପରିଚାଳନା ବୈଠକ

mahabharatanews