ଓଡିଶା

ଜିମ୍ ଓ କ୍ରୀଡା ଏକାଡେମୀ ଉଦଘାଟନ କରିଛନ୍ତି ମନମୋହନ ସାମଲ

ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଗଦିବଜାର ଠାରେ କୋରେକ୍ସ ମଲ୍ଟି ଜିମ୍ ଓ କ୍ରୀଡା ଏକାଡେମୀ ସେଣ୍ଟରର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଫିତା କାଟି ସେଣ୍ଟରଟିର ଶୁଭ ଉଦଘାଟନ କରିଛନ୍ତି ଯଶସ୍ବୀ ରାଜ୍ୟ ସଭାପତି ମନମୋହନ ସାମଲ କ୍ଷ ଉଦଘାଟନ ଅବସରରେ ଶ୍ରୀ ସାମଲ କହିଛନ୍ତି ଯୁବ ପିଢ଼ୀଙ୍କୁ ସୁସ୍ଥ ଶରୀର ଓ ସୁଦୃଢ଼ ମନୋବଳ ଗଢ଼ି ତୋଳିବାରେ ଏପରି ଜିମ୍ ଓ କ୍ରୀଡା ଏକାଡେମୀ ଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ।

କୋରେକ୍ସ ମଲ୍ଟି ଜିମ୍ ଓ କ୍ରୀଡା ଏକାଡେମୀ ମାଧ୍ୟମରେ ଏହି ଅଞ୍ଚଳର ଯୁବକ-ଯୁବତୀମାନେ ଆଧୁନିକ ସାଧନ ସହିତ ସ୍ୱାସ୍ଥ୍ୟ ଓ କ୍ରୀଡା କ୍ଷେତ୍ରରେ ଆଗକୁ ବଢ଼ିପାରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।ଏହି ଉଦ୍ଘାଟନ କାର୍ୟ୍ୟକ୍ରମରେ ସ୍ଥାନୀୟ ବୁଦ୍ଧିଜୀବୀ, ଯୁବ ସମାଜ, କ୍ରୀଡା ପ୍ରେମୀ ଓ କୋରେକ୍ସ ଜିମ୍ ର ପରିଚାଳକ ସହ ବହୁ ସଂଖ୍ୟକ ଗଣ୍ୟମାନ୍ୟ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ।

Related posts

ଲୁହାପାଇପି ଘେରରୁ ବିଶ୍ୱ ଐତିହ୍ୟ କୋଣାର୍କ ମୁକ୍ତ

mahabharatanews

୨୧ ଦିନ କ୍ୱାରେଣ୍ଟାଇନରୁ ସୁସ୍ଥ ହୋଇ ଘରକୁ ଫେରିଲେ ଶତାଧିକ ପ୍ରବାସୀ

mahabharatanews

ଆସନ୍ତା ମାର୍ଚ୍ଚ ୨୫ରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ

mahabharatanews