ଓଡିଶା

ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦ ଙ୍କ ଆଜି ପବିତ୍ର ସ୍ୱନକ୍ଷତ୍ର ଦିବସ

ଉତ୍ସବ ମୁଖର ନେମାଳ ପଦ୍ମବନ ପୀଠ। ପଞ୍ଚସଖା ଯୁଗର ଶ୍ରେଷ୍ଠ ସାଧକ,ଆଗତ-ଅନାଗତ ମନ୍ତ୍ରର ଉଦଘୋଷକ, ପିଣ୍ଡ ବ୍ରହ୍ମାଣ୍ଡ ତତ୍ୱ ର ଉପସ୍ଥାପକ, ସର୍ବୋପରି ଭବିଷ୍ୟତ ମାଳିକା ସମେତ ବହୁ ଉପାଦେୟ ଗ୍ରନ୍ଥ ର ରଚୟିତା ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦ ଙ୍କ ଆଜି ପବିତ୍ର ସ୍ୱନକ୍ଷତ୍ର ଦିବସ। ଏହି ଅବସରରେ ପଦ୍ମବନ ପୀଠ ଉତ୍ସବ ମୁଖର ହୋଇଉଠିଛି। ଲକ୍ଷାଧିକ ଭକ୍ତଙ୍କ ସମାଗମ ସାଙ୍ଗକୁ ହରି ନାମ ଓ ହୁଳହୁଳି ରେ ପଦ୍ମବନ ପୀଠ ପ୍ରକମ୍ପିତ ହେଉଛି। ଓଡ଼ିଶା ର ବିଭିନ୍ନ କୋଣ ଅନୁକୋଣରୁ ଭକ୍ତ ଙ୍କ ଆଗମନ ଦେଖିବାକୁ ମିଳିଛି। ପୋଲିସ ପ୍ରଶାସନ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁ ଙ୍କ ଦର୍ଶନ ପାଇଁ ସୁବ୍ୟବସ୍ଥା କରାଯାଇଛି। ଏହି ଅବସରରେ ପୀଠ ସଂନିକଟ ରେ ବିଭିନ୍ନ ପ୍ରକାରର ଦୋକାନ ବଜାର ମାନ ପଡ଼ିଛି।

Related posts

ଡେଙ୍ଗୁ ଆତଙ୍କ ; ଚାଲିଗଲା ଆଉ ଜଣଙ୍କ ଜୀବନ 

mahabharatanews

63 ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ 2025 ପାଳିତ

mahabharatanews

ଆସିକା ପାଇଁ ଗର୍ବ ଆଣିଲେ ବିକ୍ରମ

mahabharatanews