ଓଡିଶା

ବରିଷ୍ଠ ନେତା ରଘୁନାଥ ମହାନ୍ତି ଙ୍କ ୧୦ ମ ଶ୍ରାଦ୍ଧ ବାର୍ଷିକୀ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ପରିସରରେ ଭକ୍ତି ଶ୍ରଦ୍ଧାଞ୍ଜଳୀ।

ମୟୂରଭଞ୍ଜ ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ନେତା ରଘୁନାଥ ମହାନ୍ତି ଙ୍କ ୧୦ ମ ଶ୍ରାଦ୍ଧ ବାର୍ଷିକୀ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ମୟୂରଭଞ୍ଜ ଜିଲ୍ଲା ବିଜେଡି ସଂଗଠନର କର୍ଣ୍ଣଧାର କୁହାଯାଉଥିବା ରଘୁନାଥ ମହାନ୍ତି ଓରଫ ଝିନ ଭାଇ ଭାବରେ ସମଗ୍ର ଜିଲ୍ଲାରେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ। ମୟୂରଭଞ୍ଜ ଜିଲ୍ଲାରେ ବିଜେଡି ର ଦୁର୍ଦ୍ଦିନ ସମୟରେ ସମସ୍ତ ଙ୍କୁ ସଂଗରେ ନେଇ ସଂଗଠନ କୁ ମଜଭୁତ କରିବା ପାଇଁ ସେ ଆକ୍ରାନ୍ତ ପରିଶ୍ରମ କରି ମୟୂରଭଞ୍ଜ ଜିଲ୍ଲା କୁ ବିଜେଡି ର ଗଡ଼ ରେ ପରିଣତ କରିପାରିଥିଲେ। ଆଜି ତାଙ୍କର ୧୦ ମ ଶ୍ରାଦ୍ଧବାର୍ଷିକୀ ଅବସରରେ ମୟୂରଭଞ୍ଜ ଜିଲ୍ଲା ବିଜେଡି ର କାର‌୍ୟକାରୀ ସଭାପତି ସଭାପତି ଜିତେନ୍ଦ୍ର ମହାନ୍ତି ଙ୍କ ପୌରହିତ୍ୱରେ ଆୟୋଜିତ ଏହି କାର‌୍ୟ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି ଙ୍କ ଠାରୁ ଆରମ୍ଭ କରି ମୟୂରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ବାରିପଦା ପୌରପରିଷଦ ଉପାଧ୍ୟକ୍ଷା ସୀମା ଦାସ, ଅନ୍ୟାନ୍ୟ କାଉନସିଲର,ବିଜେଡି ର ବହୁ ଆଗ ଧାଡ଼ିର ନେତା, ମହିଳା, ଯୁବକ, ଛାତ୍ର ଏବଂ ତାଙ୍କ ସାଙ୍ଗ ସାଥୀ ମାନଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉପସ୍ଥିତ ବକ୍ତାମାନେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଆଗାମୀ ଦିନରେ ବିଜେଡି କୁ ସଂଗଠିତ କରି ଜିଲ୍ଲା ର ଜନସାଧାରଣଙ୍କ ସେବାରେ ନିୟୋଜିତ କରିପାରିଲେ ତାଙ୍କ ଆତ୍ମାର ସଦଗତି ହୋଇ ପାରିବ ବୋଲି କହିଥିଲେ।

Related posts

୧ ବର୍ଷ ହେବ ନାନା ଅତ୍ୟାଚାର ଭୋଗୁଛୁ: ଉନ୍ନାଉ ପୀଡିତାଙ୍କ ବାପା

mahabharatanews

ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମାନସିକ ରୋଗୀ ଶିବିର

mahabharatanews

ଜି-୨୦ ସମ୍ମିଳନୀର ଶୁଭ ଉଦ୍ଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

mahabharatanews