ଓଡିଶା

ବେଳାଭୂମିରେ ସ୍ନାନ ହେଲା କାଳ, ମାକୁ ବଞ୍ଚାଇବାକୁ ଯାଇ ଗଲା ପୁଅର ଜୀବନ

ପୁଣି ବେଳାଭୂମିରେ ସ୍ନାନ ହେଲା କାଳ। ମାକୁ ବଞ୍ଚାଇବାକୁ ଯାଇ ପୁଅର ମଧ୍ୟ ମୃତ୍ୟୁ। ଏଭଳି ଅଭାବନୀୟ ଏବଂ ହୃଦୟବିଦାରକ ଘଟଣା ଘଟିଛି ପୁରୀ ଚକ୍ରତୀର୍ଥ ରୋଡରେ ଥିବା ହୋଟେଲ୍ପିଙ୍କ୍ ହାଉସ୍ ବେଳାଭୂମିରେ। ସମୁଦ୍ର ସ୍ନାନ ବେଳେ ଚାଲିଗଲା ମା ପୁଅଙ୍କର ଜୀବନ। ମୃତକ ହେଉଛନ୍ତି ଝାଡ଼ଖଣ୍ଡ ରାଞ୍ଚି ଅଞ୍ଚଳର ଅଙ୍କିତ ଗୁପ୍ତା ଓ କୁସୁମ ଗୁପ୍ତା। ଉଭୟ ମା ପୁଅ ବେଳାଭୂମିରେ ସ୍ନାନ କରିବା ସମୟରେ ରିପ୍ କରେଣ୍ଟ ଏବଂ ଉଚ୍ଚ ଜୁଆରରେ ଭାସି ଯାଇଥିଲେ। ପ୍ରଥମେ ମା କୁସୁମ ଗୁପ୍ତା ଗଭୀର ସମୁଦ୍ର ଭିତରକୁ ଚାଲିଯାଉଥିବାର ଦେଖି ତାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ପୁଅ ଚେଷ୍ଟା କରିବା ସମୟରେ ଉଭୟ ମା ପୁଅଙ୍କର ମୃତ୍ୟୁ ହୋଇଛି।

ଉଭୟଙ୍କୁ ଗଭୀର ସମୁଦ୍ର ଭିତରୁ ଲାଇଫଗାର୍ଡ, ମତ୍ସ୍ୟଜୀବୀ ଓ ସ୍ଥାନୀୟ ଲୋକେ ଉଦ୍ଧାର କରି ପୁରୀ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ବାରମ୍ବାର ପୁରୀ ବେଳାଭୂମିରେ ଏଭଳି ଘଟଣା ଘଟୁଥିବାରୁ ପ୍ରଶାସନ ପର୍ଯ୍ୟଟକଙ୍କୁ ସୁରକ୍ଷିତ ସମୁଦ୍ର ସ୍ନାନ ପାଇଁ ସଚେତନ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

Related posts

୧୧ରେ ନାଏବ ସରପଞ୍ଚ ଲଢ଼େଇ

mahabharatanews

ବଢ଼ିଲା ବାତ୍ୟା ଆଶଙ୍କା

mahabharatanews

ପୋଲିସ ସହାୟତା କେନ୍ଦ୍ର ଉଦଘାଟିତ

mahabharatanews