ଓଡିଶା

ବୌଦ୍ଧ ବନ ବିଭାଗ ପକ୍ଷରୁ ବିଶ୍ୱ ଜଳ ଆଦ୍ରତା ଦିବସ

ବୌଦ୍ଧ ଜିଲ୍ଲା ବୀରନରସିଂହପୁର ନର୍ସରୀ ପରିସରରେ ବୌଦ୍ଧ ବନ ବିଭାଗ ପକ୍ଷରୁ ବିଶ୍ୱ ଜଳଆଦ୍ରତା ଦିବସ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲା ବନଅଧିକାରୀ ରାଜେନ୍ଦ୍ର ଗୋଛାୟତ ଙ୍କ ସମେତ ସମସ୍ତ ବନ କର୍ମଚାରୀ ଉପସ୍ଥିତ ଥିଲେ। ଏବଂ ସ୍ଥାନୀୟ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟତ୍ରୀମାନେ କାର୍ଯ୍ୟକ୍ରମ ରେ ଯୋଗଦେଇ ଥିଲେ।

ଏହି ଅବସରରେ  ଜଳଭୂମିର ସୁରକ୍ଷା, ଜୈବ ବିବିଧତା ରକ୍ଷା ଏବଂ ଭୂଗର୍ଭ ଜଳ ସଂରକ୍ଷଣ ସମ୍ପର୍କରେ  ଆଲୋଚନା କରିଥିଲେ। ବନ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ଗଛ ଲଗାଇବା, ପାଣିର ସଦ୍ବ୍ୟବହାର କରିବା ଓ ପ୍ରକୃତି ସୁରକ୍ଷା ପ୍ରତି ସଚେତନ ହେବାକୁ ଆହ୍ୱାନ କରାଯାଇଥିଲା। କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଶ ସଂରକ୍ଷଣ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ମଧ୍ୟ କରାଯାଇଥିଲା!

Related posts

ଡ୍ରଗ୍ସ ମାଫିଆଙ୍କ ଘର ଉପରେ ଚାଲିଲା ବୁଲଡୋଜର

mahabharatanews

ପୁରୀରେ ଜବତ ହେଲା ୩ କେଜି ବ୍ରାଉନସୁଗାର

mahabharatanews

ହୋଲି ଦୁର୍ଘଟଣାର ମୁକାବିଲା ପାଇଁ କ୍ୟାପିଟାଲ ହସ୍ପିଟାଲ ସଜାଗ

mahabharatanews