ଓଡିଶା

ଅଖିଳ ଭାରତୀୟ ସମ୍ମିଳନୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ  

ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବଗଲା ଧର୍ମଶାଳାରେ ଆୟୋଜିତ ଭାରତୀୟ ମଜଦୂର ସଂଘର ୨୧ ତମ ଅଖିଳ ଭାରତୀୟ ସମ୍ମିଳନୀର  ଯୋଗ ଦେଇ କହିଥିଲେ ବିଭିନ୍ନ ଦେଶରୁ ଆସିଥିବା ଆନ୍ତର୍ଜାତୀୟ ପ୍ରତିନିଧିଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍।ଏହା ଜଗନ୍ନାଥଙ୍କ ପାବନ ଭୂମି।ରଥଯାତ୍ରାରେ ସ୍ଵୟଂ ଗଜପତି ଛେରା ପହଁରା କରନ୍ତି।ମହାନ୍ ଶ୍ରୀଜଗନ୍ନାଥ ସଂସ୍କୃତିରେ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇଛି।କୌଣସି କାମ ଛୋଟ କି ବଡ ନୁହେଁ ।ସାଂପ୍ରତିକ ପରିସ୍ଥିତିରେ ଦୃତ ଗତିରେ ପରିବର୍ତନ ଚାଲିଛି।ଆମେ ପରିବର୍ତ୍ତନକୁ  ସ୍ବୀକାର କରି ଆଗକୁ ବଢ଼ିବା।ଭବିଷ୍ୟତରେ quantum computer technology ଦେଖିବାକୁ ମିଳିବ। ଅଣକୁଶଳୀ ,କୁଶଳୀ ଶ୍ରମିକଙ୍କୁ ବୈଷୟିକ ଅଭିବୃଦ୍ଧି ସହ ଆହୁରି କୁଶଳୀ କରିବାକୁ ପଡ଼ିବ ।ରାଜ୍ୟରେ ୨୦ ହଜାର କୋଟି ପୁଞ୍ଜି ନିବେଶ ଦ୍ବାରା ଆହୁରି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।ଓଡ଼ିଶାରେ ଶ୍ରମିକଙ୍କ ସାମାଜିକ ସୁରକ୍ଷା ପାଇଁ ଗୁରୁତ୍ବ ଦିଆଯାଉଛି।ବର୍ଷକୁ ୨୦୦ ଦିନ କାର୍ଯ୍ୟ ଦିଆଯାଇଛି

ସମୃଦ୍ଧ ଓ ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ ନେଇ କାର୍ଯ୍ୟ ଚାଲିଛି। ମରିସସ୍ ର ପୁର୍ବଜ ଓଡ଼ିଶାରେ ରହୁଥିଲେ।ସକାଳେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡକ୍ଟର ମନସୁଖ ଭାଇ ମାଣ୍ଡଭିଆ ଯୋଗ ଦେଇଥିଲେ।ସମ୍ମିଳନୀରେବ୍ରାଜିଲ,ମରିସସ,ଇଟାଲୀ ,ତୁର୍କୀ, ନେପାଳ, ମିଶର ଆଦି ଦେଶର ୩୮ ଜଣ ପ୍ରତିନିଧିଙ୍କୁ ଉଦଘାଟନୀ ଉତ୍ସବର ସନ୍ଧ୍ୟା ସମାବେଶ ଅନୁଷ୍ଠିତ ହୋଇଥିଲା।ଶ୍ରମିକଙ୍କ ସ୍ବାର୍ଥ ରକ୍ଷା ପାଇଁ ବ୍ରାଜିଲ ଦେଶ ବଡ ସଫଳତା ପାଇବା ସହ ଟ୍ୟାକ୍ସ ମୁକ୍ତ ପାଇଁ କାର୍ଯ୍ୟ କରୁଥିବା ବ୍ରାଜିଲ ପ୍ରତିନିଧି କହିଥିଲେ।୭୦ ବର୍ଷ ଧରି ବ୍ରାଜିଲ ଓ ଭାରତର ଶ୍ରମିକଙ୍କର ମଧ୍ୟରେ ସୁସମ୍ପର୍କ ରହିଆସିଛି।ସାମାଜିକ ନ୍ୟାୟ ପ୍ରତିଷ୍ଠା ,ଶାନ୍ତି ,ପ୍ରଗତି ପାଇଁ ଏହି ସମ୍ପର୍କ ଜାରୀ ରହିବ। କେବଳ ବ୍ରାଜିଲ ନୁହେଁ ଅନ୍ୟ ଦେଶର ପ୍ରତିନିଧି ମାନେ ସେମାନଙ୍କ ଦେଶରେ ଶ୍ରମିକଙ୍କ ସ୍ବାର୍ଥ,ଅଧିକାର ଓ ସୁରକ୍ଷା ପାଇଁ ହେଇଥିବା କାର୍ଯ୍ୟ ସମ୍ପର୍କରେ ମତ ରଖିଥିଲେ। ।ଏହି ସମ୍ମିଳନୀରେ ଭାରତର ୨୮ ଟି ରାଜ୍ୟ ,୪ ଟି କେନ୍ଦ୍ର ଶାସିତ ଅଞ୍ଚଳ ,୪୨ ଟି ଶିଳ୍ପ ଫେଡେରେସନର ପ୍ରତିନିଧିତ୍ଵ କରୁଥିବା ସମଗ୍ର ଭାରତରୁ ୨୫୦୦ ପ୍ରତିନିଧି ଯୋଗ ଦେଇଛନ୍ତି।

Related posts

ହୋଲି ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

mahabharatanews

ରାଜନୈତିକ ଶତୃତାକୁ ନେଇ ଦୁଇ ଯୁବକଙ୍କୁ ଆକ୍ରମଣ, ଜଣେ ମୃତ, ଜଣେ ଗୁରୁତର

mahabharatanews

‘ଅପରେସନ ସାଇବର କବଚ’: ୩୬୨୫ଟି ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୧୮୭ଜଣ ଅଭିଯୁକ୍ତ ଗିରଫ

mahabharatanews