ପ୍ରଭୂ ମହାବିନାୟକ ପୀଠରେ ପ୍ରସିଦ୍ଧ ବିଶ୍ଵଶାନ୍ତି ମହାଯଜ୍ଞ ତିନିଦିନ ବ୍ୟାପୀ ପାଳିତ ହୋଇଯାଇଛି । ଚଣ୍ଡିଖୋଲ ନିକଟବର୍ତ୍ତୀ ମହାବିନାୟକ ପୀଠରେ ପ୍ରସିଦ୍ଧ ବିଶ୍ଵଶାନ୍ତି ମହାଯଜ୍ଞ ଜାଗର ଯାତ୍ରା ରୁ ଆରମ୍ଭ ହୋଇ ତିନି ଦିନ ବ୍ୟାପି ମହାବିନାୟକ ପୀଠ ଚଳ ଚଞ୍ଚଳ ଲାଗି ରହିଥିଲା , ବଡ଼ଚଣା ର ମାନ୍ୟବର ବିଧାୟକ ଅମର ନାୟକ ଙ୍କ ଦ୍ଵାରା ମହାବିନାୟକ ସାଂସ୍କୃତିକ ପରିଷଦ ଗଠନ ହେବା ର ଦୂତିୟ ଦିବସରେ ପଦାର୍ପଣ କରିଛି , ପ୍ରଭୁ ମହାବିନାୟକ ପୀଠ ର ଐତିହ ଓ ପରମ୍ପରାକୁ ସମ୍ମାନ ଜଣାଇ ମାନ୍ୟବର ବିଧାୟକ ନିଜକୁ ନିୟୋଜିତ କରିବା ସହିତ ଉନ୍ନତି ତଥା ରାଜ୍ୟ ତଥା ଦେଶ ରେ ପ୍ରଚାର ପ୍ରସାର ପାଇଁ ତାଙ୍କର ଉଦ୍ୟମ ସର୍ବଦା ପ୍ରଶଂସନୀୟ ପ୍ରଥମ ଦିନରେ ଇରା ମହାନ୍ତି ଓ ଦୁତିୟ ଦିନରେ ଶଶାଙ୍କ ଶେଖର ଗୀତରେ ଦର୍ଶକ ଝୁମିଲେ , ମହାବିନାୟକ ସାଂସ୍କୃତିକ ପରିଷଦ ପକ୍ଷରୁ ମୂଖ୍ୟ ଅତିଥି ବିଭିନ୍ନ କଳାକାର ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରିଥିଲେ, ବଡ଼ଚଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଦର୍ପଣ ତହସିଲଦାର ଓ ଯାଜପୁର ରୋଡ଼ ଏସ୍ ଡି ପି ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବା ସହିତ ହଜାର ହଜାର ସଂଖ୍ୟାରେ ଭକ୍ତମାନଙ୍କ ସମାଗମ ଦେଖିବାକୁ ମିଳିଥିଲା, ଅଗ୍ନିଶମ ବିଭାଗ ଓ ଥାନା ଅଧିକାରୀଙ୍କ ନେତୃତ୍ବରେ ଅତି ସୁନ୍ଦର ଆଇନ୍ ଶୃଙ୍ଖଳା ବ୍ୟବସ୍ଥା କରାଯାଇଥିଲା ଏଣୁ କୈାଣସି ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇନଥିଲା , ଶେଷ ଦିନରେ ଭକ୍ତମାନେ ଶାନ୍ତି ଶୃଙ୍ଖଳା ରେ ପ୍ରଭୁ ଙ୍କୁ ଦର୍ଶନ କରିବା ସହ ପ୍ରସାଦ ସେବନ କରି ଅସୀମା ପଣ୍ଡାଙ୍କ ଗୀତରେ ଝୁମିଲେ ଆନନ୍ଦ ଉଲ୍ଲାସରେ ନିଜ ଘରକୁ ଫେରିଥିଲେ, ସର୍ବଶେଷରେ ମହାବିନାୟକ ସାଂସ୍କୃତିକ ପରିଷଦ ସଭାପତି ପବିତ୍ର ରାଉତ ଙ୍କ ଦ୍ଵାରା ଧନ୍ୟବାଦ୍ ଅର୍ପଣ କରାଯାଇଥିଲା
previous post
