ଓଡିଶା

ଶିମିଳିପାଳରେ ହେବ ହେଲିପ୍ୟାଡ଼ : ପରିବହନ ମନ୍ତ୍ରୀ

ବାଙ୍ଗିରିପୋଷି ବିଧାୟିକାଙ୍କ ପ୍ରସ୍ତାବ କ୍ରମେ ଶିମିଳିପାଳ ନିକଟରେ ହେଲିପ୍ୟାଡ୍‌ ନିର୍ମାଣ ନିମିତ୍ତ ଅବଶକୀୟ ଜମି ନିରୂପଣ ପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଥିବା ଗୃହରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା. ଭୁବନେଶ୍ୱର – ଗୋପାଳପୁର(ଗଂଜାମ), ଭୁବନେଶ୍ୱର – ଶିମିଳିପାଳ ଜାତୀୟ ଉଦ୍ୟାନ (ମୟୂରଭଞ୍ଜ) ଠାରେ ହେଲି-ଟାକ୍ସି ସେବା ପରିଚାଳନା ପାଇଁ ‘ପବନ୍ ହଂସ୍ ଲିମିଟେଡ୍’ (ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଧୀନରେ ଥ‌ିବା ଏକ କେନ୍ଦ୍ର ସରକାରୀ ଉଦ୍ୟୋଗ)କୁ ମନୋନୀତ କରାଯାଇଥିବା ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ.

Related posts

ଛାତ୍ରଛାତ୍ରୀଙ୍କ ପୋଷାକ ବଣ୍ଟନରେ ଫିକ୍ସିଂ ଅଭିଯୋଗ

mahabharatanews

ରାଜ୍ୟରେ ସଂକ୍ରମଣ ହାର ପୁଣି ବଢ଼ିଲା

mahabharatanews

ପୁଅ ମୃତ୍ୟୁ ର ୩ଦିନରେ ବାପାର ମୃତ୍ୟୁ…

mahabharatanews