ଓଡିଶା

ନୟାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀଙ୍କ ମନ୍ଦିରର ରୂପାନ୍ତରିକରଣ

ନୟାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀଙ୍କ ମନ୍ଦିରର ରୂପାନ୍ତରିକରଣ ହୋଇଛି। ତିନି କୋଟି ପଚାଶ ଲକ୍ଷ ଟଙ୍କା ବ୍ୟୟରେ ମା ଦକ୍ଷିଣ କାଳୀଙ୍କ ନୁଆ ମନ୍ଦିର ନିର୍ମାଣ ହୋଇଛି। ଇଟାର ପୁରୁଣା ମନ୍ଦିରକୁ ଭାଙ୍ଗି ବଉଳ ମାଳା ପଥରରେ ନିର୍ମିତ ହୋଇଛି ମା ଙ୍କ ନୂଆ ମନ୍ଦିର। ମୁଖଶାଳା, ଭୋଗ ମଣ୍ଡପ ଏବଂ ଗର୍ଭ ଦ୍ଵାରା ମନ୍ଦିର ନିର୍ମାଣ ହୋଇଛି। ଗର୍ଭ ଗୃହର ଉଚ୍ଚତା ରହିଛି ୪୫ ଫୁଟ ଏବଂ ଭୋଗ ମଣ୍ଡପ ର ଉଚ୍ଚତା ରହିଛି ୨୩ ଫୁଟ୍ ସହ ମୁଖଶାଳା ର ଉଚ୍ଚତା ରହିଛି ୧୫ ଫୁଟ୍। ୧୧୨ କେଜି ଓଜନର ପିତଳରେ ମନ୍ଦିର ତିନୋଟି ଦଧିନଉତି ଏବଂ ୨୯ କେଜି ଓଜନର ତ୍ରିଶୁଳ ନିର୍ମାଣ ହୋଇଛି। ଏହାକୁ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ମନ୍ଦିର ଉ ଚୂଡ଼ାନ୍ତ ରେ ସ୍ଥାପନ କରାଯାଇଛି। ଏହା ସହ ମନ୍ଦିର ର ଚର୍ତୁପାଶ୍ୱର୍ରେ ପାର୍ଶ୍ୱ ଦେବୀଙ୍କ ସହ ଦିଗପାଳ, ଦଶ ମହାବିଦ୍ୟା ଦେବୀଙ୍କୁ ସ୍ଥାପନ କରାଯାଇଛି। ଏଥିପାଇଁ ସ୍ଵତନ୍ତ୍ର ପୂଜା ଉତ୍ସବ ଆୟୋଜନ ହୋଇଥିଲା। ବ୍ରାହ୍ମଣଙ୍କ ମନ୍ତ୍ରପାଠ ଏବଂ ହୋମ ଯଜ୍ଞ ପୂର୍ଣ୍ଣାହୁତି ପରେ ନୂଆ ମନ୍ଦିରଙ୍କୁ ପ୍ରତିଷ୍ଠା କରାଯାଇଥିଲା। ମନ୍ଦିର ଉପରେ ଦଧିନଉତି ସ୍ଥାପନ ସହ ତ୍ରିଶୁଳ ଏବଂ ବାନା ଲଗାଯାଇଛି।

ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମା ଦକ୍ଷିଣ କାଳୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ସୁନ୍ଦର ଏବଂ ସୁରକ୍ଷିତ ପାଇଁ ମନ୍ଦିର ଏବଂ ମନ୍ଦିର ବେଢାକୁ ବଉଳ ମାଳା ପଥରରେ ନିର୍ମାଣ କରାଯାଇଛି। ମା ଦକ୍ଷିଣ କାଳୀଙ୍କ ସିଂହାସନ ଏବଂ ଗର୍ଭଗୃହକୁ ବଉଳ ମାଳା ପଥରରେ ସୁନ୍ଦର ଭାବରେ ସୁସଜ୍ଜିତ କରାଯାଇଛି। ସୁବିଧାରେ ଭକ୍ତ ଏବଂ ଶ୍ରଦ୍ଧାଳୁ ମାନେ ମନ୍ଦିରକୁ ଯାଇ ମା ଦକ୍ଷିଣ କାଳୀଙ୍କୁ ଦର୍ଶନ କରିପାରୁଛନ୍ତି। ପୁରୁଣା ମନ୍ଦିର ଅପେକ୍ଷା ନୂଆ ମନ୍ଦିର ରୂପାନ୍ତରିକରଣ ଅଧିକ ଆକର୍ଷଣୀୟ ହୋଇଛି। ମନ୍ଦିର ପ୍ରତିଷ୍ଠା ଉତ୍ସବରେ ବାଚସ୍ପତି ସୁରମା ପାଢ଼ୀ, ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ରଣପୁର ର ପୂର୍ବତ୍ତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ସମାଜ ସେବୀ ଇରାନୀ ରାୟ ପ୍ରମୂଖ ଯୋଗ ଦେଇ ମା ଦକ୍ଷିଣ କାଳୀଙ୍କୁ ଦର୍ଶନ କରିବା ସହ ଲୋକଙ୍କୁ ମା ଦକ୍ଷିଣ କାଳୀଙ୍କ ପ୍ରସାଦ ବଣ୍ଟନ କରିଛନ୍ତି। ତିନି ଦିନ ଧରି ମା ଦକ୍ଷିଣ କାଳୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା।

Related posts

ଗୋଟିଏ ପଟେ ତାତି ଆଉ ଗୋଟେପଟେ ଅଦିନିଆ ବର୍ଷା

mahabharatanews

ପ୍ରତାପ ଜେନା ଏବଂ ସଞ୍ଜୟ ଦାସବର୍ମାଙ୍କୁ ପର୍ଯ୍ୟବେପକ୍ଷ ଦାୟିତ୍ୱ 

mahabharatanews

ସାହାରପଡା ବ୍ଲକରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews