ଓଡିଶାଶିକ୍ଷା

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏସଓପି ଜାରି କଲା ଉଚ୍ଚ ଶିକ୍ଷା ବିଭାଗ

ଧିରେ ଧିରେ ବଢୁଛି ତାତି । ଆଗାମୀ ଦିନରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜଗୁଡିକ ପାଇଁ ଏସଓପି ଜାରି କଲା ଉଚ୍ଚ ଶିକ୍ଷା ବିଭାଗ । ସକାଳ ସମୟରେ ସବୁ ପରୀକ୍ଷା କରିବାକୁ କୁହାଯାଇଛି । ଏନେଇ ବିଶ୍ୱବିଦ୍ୟାଳୟର ରେଜିଷ୍ଟାର ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ତରଫରୁ ଚିଠି କରାଯାଇଛି।

ଖେଳକୁଦ ଭଳି ଆଉଟ୍ ଡୋର୍ ଆକ୍ଟିଭିଟି ଅପରାହ୍ଣ ସମୟରେ ନ କରିବାକୁ କୁହାଯାଉଛି । ଯଦି ଆଉଟଡୋର ଆକ୍ଟିଭିଟି ଅପରିହାର୍ଯ୍ୟ ତେବେ ଉପଯୁକ୍ତ ପଦକ୍ଷେପ ସହ ଆଉଟ ଡୋର୍ ଆକ୍ଟିଭିଟି କରାଯାଉ । ନିରବଛିନ୍ନ ଜଳ ଯୋଗାଣ ସୁନିଶ୍ଚିତ କରିବା ସହ କ୍ଲାସରୁମ, ହଷ୍ଟେଲ ଓ ପରୀକ୍ଷା କେନ୍ଦ୍ରରେ ଆବଶ୍ୟକ ORS ରଖିବାକୁ କୁହାଯାଇଛି । କ୍ୟାମ୍ପସରେ ପିଇବା ପାଣି ଭିତ୍ତିଭୂମି ଅନୁଧ୍ୟାନ କରିବା ସହ ଟ୍ୟୁବ୍ ୱେଲ କିମ୍ବା ପିଇବା ପାଣି ବ୍ୟବସ୍ଥା କାମ କରୁ ନଥିଲେ ତୁରନ୍ତ ମରାମତି କରିବାକୁ କହିଛି ଉଚ୍ଚ ଶିକ୍ଷା ବିଭାଗ । ଏସଓପିରେ କୁହାଯାଇଛି କଲେଜ ଓ ପରୀକ୍ଷା କେନ୍ଦ୍ର ଗୁଡିକରେ ଫଷ୍ଟ ଏଡ୍ ସୁବିଧା ପ୍ରସ୍ତୁତ ରଖିବା ସହ ଛାତ୍ରଛାତ୍ରୀ ଏବଂ ଅନ୍ୟମାନଙ୍କୁ ହିଟ୍ ୱେଭ ସମ୍ପର୍କରେ ସଚେତନ କରାଯାଉ ।

Related posts

ନୂତନ ଆମ୍ବୁଲାନସ ଲୋକାର୍ପିତ

mahabharatanews

ଆଉ ୨୬ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

mahabharatanews