ଖେଳ

ସିଏସକେ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଥିବା ପ୍ରତିଦ୍ବନ୍ଦ୍ବିତା ଆଉ ଆଇପିଏଲ୍‌ ମଧ୍ୟରେ ସୀମିତ ରହିନାହିଁ

ଚେନ୍ନାଇ ସୁପରକିଙ୍ଗସ୍‌ (ସିଏସକେ) ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଥିବା ପ୍ରତିଦ୍ବନ୍ଦ୍ବିତା ଆଉ ଆଇପିଏଲ୍‌ ମଧ୍ୟରେ ସୀମିତ ରହିନାହିଁ । ଏବେ ତାହା କ୍ରିକେଟ୍‌ ପଡ଼ିଆରୁ ବାହାରି କୋର୍ଟରେ ପହଞ୍ଚିଛି । ସ୍ବତ୍ତ୍ବାଧିକାର ଉଲ୍ଲଙ୍ଘନ କରୁଥିବା ଅଭିଯୋଗରେ ସିଏସକେ ବିରୋଧରେ ମାମଲା ଦାଏର କରିଛି ସନ୍‌ରାଇଜର୍ସ ହାଇଦ୍ରାବାଦର ମାଲିକାନା ରଖୁଥିବା କମ୍ପାନି ସନ ଟିଭି ନେଟଓ୍ବର୍କ। ସିଏସଏକେ ନିଜ ପ୍ରଚାର ଭିଡିଓରେ ରଜନୀକାନ୍ତ ଅଭିନୀତ ଚଳଚ୍ଚିତ୍ର ଜେଲର୍‌-୧, କୁଲି ଓ ଜେଲର୍‌-୨ର ସଂଳାପ, ଗୀତ ଓ ପ୍ରଚ୍ଛଦପଟ୍ଟ ସଂଗୀତ ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

ସନ ଟିଭି ଏହି ଚଳଚ୍ଚିତ୍ରର ନିର୍ମାତା ହୋଇଥିବାରୁ ମାଡ୍ରାସ ହାଇକୋର୍ଟରେ ଏକ ସ୍ବତ୍ତ୍ବାଧିକାର ଉଲ୍ଲଙ୍ଘନ ମାମଲା ରୁଜ୍ଜୁ କରିଛି। ସିଏସକେର ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ପ୍ରଚାର ଭିଡିଓର ବ୍ୟବହାର କରାଯାଇଥିଲା। ସନ ଟିଭି ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଓକିଲ ଜେ. ରବିନ୍ଦ୍ରନ୍‌ କହିଛନ୍ତି ଯେ ସ୍ବତ୍ତ୍ବାଧିକାରୀଙ୍କ ବିନା ଅନୁମତିରେ ରଜନୀକାନ୍ତଙ୍କ ସଂଳାପ, ଗୀତ ଓ ପ୍ରଚ୍ଛଦପଟ୍ଟ ସଂଗୀତ ବ୍ୟବହାର ବ୍ୟବସାୟିକ ଉଦ୍ଦେଶ୍ୟରେ କରାଯାଇଛି। ଏଥି ପାଇଁ କମ୍ପାନି ପକ୍ଷରୁ ୧ କୋଟି ଟଙ୍କା କ୍ଷତିପୂରଣ ଦାବି କରାଯାଇଛି। ତେବେ ଏ ନେଇ ଅଭିଯୋଗ ମିଳିବା ପରେ ସଂପୃକ୍ତ ସଂଳାପ, ସଂଗୀତର ବ୍ୟବହାର ବନ୍ଦ କରିଦିଆଯାଇଛି ବୋଲି ସିଏସକେ ଓକିଲ ପିଏସ ରମଣ କହିଛନ୍ତି।

Related posts

ରାଜସ୍ଥାନ ଏବଂ ବାଙ୍ଗାଲୋର ମଧ୍ୟରେ ଫାଇନାଲ ଟିକେଟ୍ ପାଇଁ ଦମଦାର ମୁକାବିଲା

mahabharatanews

ବଢ଼ିଲା ସୌରଭ ଗାଙ୍ଗୁଲୀଙ୍କ ସୁରକ୍ଷା ବ୍ୟବସ୍ଥା

mahabharatanews

ପୁରୁଷ ହକି ବିଶ୍ବକପ ୨୦୨୩ର ଉଦଘାଟନ ସମାରୋହରେ ସାମିଲ ହେବେ ୩ କଂଗ୍ରେସ ମୁଖ୍ୟମନ୍ତ୍ରୀ

mahabharatanews