ଓଡିଶା

ଖୁଣ୍ଟା ବାରୁଣୀ ପୀଠରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ

ଆଜି ହେଉଛି ପବିତ୍ର ବାରୁଣୀ ବୁଡ । ବିଭିନ୍ନ ବାରୁଣୀ ପୀଠରେ ଭକ୍ତମାନେ ବୁଡ ପକାଇବା ସହିତ ପୁଣ୍ୟ ଅର୍ଜନ କରୁଛନ୍ତି । କପ୍ତିପଦା ଉପଖଣ୍ଡର ପ୍ରସିଦ୍ଧ ଢୁଢୁଆ ବାରୁଣୀ ପୀଠରେ ଆଜି ସକାଳୁ ଦେଖିବାକୁ ମିଳିଛି ଶ୍ରଦ୍ଧାଳୁଙ୍କ ଭିଡ । ଶ୍ରଦ୍ଧାଳୁମାନେ ଆସି ବାରୁଣୀ ପୀଠରେ ପୂଜାର୍ଚ୍ଚନା କରିବା ସହିତ ସମସ୍ତଙ୍କ ଶୁଭ ମନାସୁଛନ୍ତି ।  ଗୋପବନ୍ଧୁନଗର ବ୍ଲକ ଅଧିନରେ ଥିବା ଏହି ବାରୁଣୀ ପୀଠରେ ବର୍ଷ ତମାମ ପଥର ଭିତରେ ପାଣି ଭିତରେ ବୁଡି ରହିଥିବା ବାରୁଣୀଙ୍କୁ ଆଜି ଗୋଟିଏ ଦିନ ହିଁ ପାଣିରୁ ବାହାରକୁ ଆସି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି ହେଲେ ଚଳିତ ବର୍ଷ ବର୍ଷା ଏବଂ ନଦୀର ସ୍ରୋତ କାରଣରୁ ଠାକୁରଙ୍କ ନିକଟକୁ ଜଳ ପ୍ରବାହ ରୋକାଯାଇ ପାରିନାହିଁ । ଏହା ସହିତ ନିକଟରେ ଥିବା ଜଳରେ ସମସ୍ତେ ବାରୁଣୀ ବୁଡ ପକାଇଥାନ୍ତି । ବିଶ୍ୱାସ ରହିଛି ଏହିଠାରେ ବାରୁଣୀ ବୁଡ ପକାଇଲେ ସମସ୍ତ ପାପ ଧୋଇ ହୋଇଯାଏ । ତତସହିତ ଅନେକ ଶ୍ରଦ୍ଧାଳୁ ଏହି ବାରୁଣୀ ପୀଠରେ ମାନସିକ ପୂରଣ ନିମନ୍ତେ ଚୁଟି ମଧ୍ୟ ପକାଇଥାନ୍ତି ।

ଆଜି ଏଠାରେ ବାରୁଣୀ ପୂଜା ସରିବା ପରେ ଏହି ଅବସରରେ ଏଠାରେ ୮ ଦିନ ଧରି ଆୟୋଜିତ ହୋଇଥାଏ ବାରୁଣୀ ମେଳା । କପ୍ତିପଦା ଉପଖଣ୍ଡ ସମେତ ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଶ୍ରଦ୍ଧାଳୁ ଆସି ବାରୁଣୀ ପୀଠରେ ଢୁଢୁଆ ବାରୁଣୀଙ୍କୁ ପୂଜାର୍ଚ୍ଚନା କରିବା ସହିତ ମେଳା ବୁଲିଥାନ୍ତି । ବିଭିନ୍ନ କିସମର ଖାଦ୍ୟ ଠାରୁ ଆରମ୍ଭ କରି ବିଭିନ୍ନ ମନୋହରି ଦୋକାନ ଏହି ମେଳାରେ ବସିଥାଏ । ଏହି ବାରୁଣୀ ପୀଠର କିଛି ସ୍ୱତନ୍ତ୍ର ମହିମା ରହିଛି । ବିଶ୍ୱାସ ରହିଛି ଏଠାରେ ପୂଜାର୍ଚ୍ଚନା କରିଲେ ମାନସିକ ପୂରଣ ହୋଇଥାଏ । ତେଣୁ ଆଜି ସକାଳ ସମୟରୁ ହଜାର ହଜାର ଶ୍ରଦ୍ଧାଳୁଙ୍କର ଭିଡ ଏଠାରେ ଲାଗି ରହିଛି । ଏହାବ୍ୟତୀତ ବାରୁଣୀ ପୀଠରେ ଭକ୍ତଙ୍କ ସମାଗମକୁ ନଜରରେ ରଖି ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Related posts

ଅଯୋଧ୍ୟାରୁ ମହାପ୍ରଭୁଙ୍କ ପାଇଁ ନିମନ୍ତ୍ରଣ ପତ୍ର

mahabharatanews

ଆସନ୍ତାକାଲିଠୁ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ

mahabharatanews

ମେ’ ୨୩ତାରିଖରେ ଓଏଏସ ପ୍ରିଲିମିନାରୀ ପରୀକ୍ଷା

mahabharatanews