ଓଡିଶା

ମହାନଦୀ ଘାଟରେ ବାରୁଣୀ ସ୍ନାନ

ମହା ଆଡମ୍ବର ରେ ସରି ଯାଇଛି ବାରୁଣୀ ସ୍ନାନ ଯାତ୍ରା। ତା ମଧ୍ୟରେ ମଧ୍ୟ ସରିଛି ଆଠଗଡ ଗଡଜାତର ପ୍ରସିଦ୍ଧ ଦୋଳ ପର୍ବ । ମହାନଦୀରେ ବାରୁଣୀ ଘାଟରେ ବୁଡ ପକାଇଲେ ବାବା ସର୍ପେଶ୍ଵରଙ୍କ ସହ ଅଷ୍ଟଶମ୍ଭୁ। ଭକ୍ତ ଓ ଶ୍ରଦ୍ଧାଳୁ ମାନେ  ହରିହର ଭେଟ ଦର୍ଶନ କରିବା ସହ ମହାନଦୀରେ ମହାପ୍ରଭୁଙ୍କ ସହ ବୁଡ ପକାଇଥାନ୍ତି । ବିଶ୍ବାସ ରହିଛି ଏଠାରେ ଯହା ମାନସିକ କଲେ ପୁର୍ଣ୍ଣ ହୋଇଥାଏ । ଏହି ଦୁର୍ଲଭ୍ୟ ସ୍ନାନ ପାଇଁ  ହଜାର ହଜାର  ଶ୍ରଦ୍ଧାଳୁ ଙ୍କ ଭିଡ ଜମିଥିଲା । ନିରାପତ୍ତା ତଥା ଆଇନ ଶୃଙ୍ଖଳା କୁ ଦୃଷ୍ଟିରେ ରଖି ଗ୍ରାମବାସୀ ଓ ପ୍ରଶାସନ ପକ୍ଷରୁ ବ୍ୟାପକବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଆଠଗଡ ଗଡଜାତର ସ୍ବତନ୍ତ୍ର ଦୋଳପର୍ବ ଫଗୁ ଦଶମୀ ଠାରୁ ଆରମ୍ଭ ହୋଇ ବାରୁଣୀ ସ୍ନାନ ରେ ଶେଷ ହୋଇଛି । ଚଳିତ ବର୍ଷ ଦିନ ୯ ଟା ୪୧ମିନିଟ୍ ସମୟରେ ବୁଡ ପକାଇବା ପାଇଁ ସମୟ ନିର୍ଘଣ୍ଟ କରାଯାଇ ବୁଡ ପକାଯିବା ସହ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଗାଁ କମିଟି ସହ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା।

ଏହି ପବିତ୍ର ତିଥିରେ ବୁଡ ପକାଇଲେ ମାନସିକ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି। ସେଥିପାଇଁ ହଜାର ହଜାର ଶ୍ରଦ୍ଧାଳୁ ନିଜର ମାନସିକ ରଖି ଏଠାରେ ବୁଡ ପକାଇଥାନ୍ତି। ଆଠଗଡ ଗଡଜାତର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ଠାକୁର  ଫଗୁଦଶମୀ ଠାରୁ ବାହାରୀ ଗ୍ରାମରୁ ଗ୍ରାମ ବୁଲି ଚାଚେରୀ ଭୋଗ ଖାଇ ବାରୁଣୀରେ ହରିହର ଭେଟ ହେବା ସହିତ ନଦୀକୂଳରେ ଥିବା ଅଷ୍ଟଶମ୍ଭୁଙ୍କ ଯାତ୍ରା ସମାପନ ହୋଇଥାଏ। ଆଠଗଡ ବ୍ଲକ ବ୍ରହ୍ମପୁର ଠାରେ ମହାନଦୀ ଓ କାଠଯୋଡିର ସଙ୍ଗମ ସ୍ଥଳରେ ଅବସ୍ଥିତ ନାରାୟଣୀ ମନ୍ଦିର ପାଖରେ ଏହି ବାରୁଣୀ ବୁଡ ପଡିଥାଏ। ଏଠାରେ ମହାନଦୀ ବିପରୀତ ଦିଗରେ ପ୍ରବାହୀତ ହେଉଥିବାରୁ ଏଠାରେ ବାରୁଣି ବୁଡ ପକାଯାଇଥାଏ। କାହିଁ କେବେଠାରୁ ଏଠାରେ ବାରୁଣୀ ବୁଡ ପଡିଆସୁଥିବା ବେଳେ କିମ୍ବଦନ୍ତି କହେ ପାଣ୍ଡବ ମାନେ ଅଜ୍ଞାତ ବନବାସ କାଳରେ ଏଠାରେ ବୁଡପକାଇ ପୂଜାର୍ଚ୍ଚନା କରିଥିଲେ । ସେଥିପାଇଁ ସେବେଠାରୁ ଏଠାରେ ହଜାର ହଜାର ଶ୍ରଦ୍ଧାଳୁ ଏଠାରେ ବୁଡ ପକାଉଛନ୍ତି

Related posts

ମହିଳା ସହକର୍ମୀଙ୍କୁ ଦୁର୍ବ୍ୟବହାର ! କାଲିମେଳା ତହସିଲର ବରିଷ୍ଠ କିରାଣୀ ନିଲମ୍ବିତ

mahabharatanews

୮ ବର୍ଷ ପରେ ଖୋଲିଲା ବାଇଶିପାହାଚ ଆନନ୍ଦବଜାର ଦ୍ବାର

mahabharatanews

ମଦ୍ୟପ ସ୍ବାମୀଙ୍କ ଉନ୍ମତ କାଣ୍ଡ, ସ୍ତ୍ରୀଙ୍କୁ ମାରଣାନ୍ତକ ଆକ୍ରମଣ

mahabharatanews