ଦୁର୍ଘଟଣା

ନେପାଳରେ ପ୍ରବଳ ତୁଷାରପାତ; ଫସିଲେ ୬ ଭାରତୀୟ ପର୍ୟ୍ୟଟକ

ନେପାଳରେ ପ୍ରବଳ ତୁଷାରପାତ । ଏଥିଯୋଗୁ ଫସି ରହିଛନ୍ତି ୬ ଜଣ ଭାରତୀୟ ପର୍ୟ୍ୟଟକ। ୬ ଜଣଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି। ଶେ-ଫୋକ୍ସୁଣ୍ଡୋ ଜାତୀୟ ଉଦ୍ୟାନ ଅଞ୍ଚଳରେ ଶନିବାର ଅପରାହ୍ଣରୁ ସେମାନେ ତୁଷାରପାତ ଯୋଗୁ ଫସି ରହିଥିବା ଜଣାପଡ଼ିଛି।ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ନେପାଳର ସୁରକ୍ଷାକର୍ମୀ ଉଦ୍ୟମ ଚଳାଇଛନ୍ତି। ଏଥିପାଇଁ ସେନାର ଏକ ହେଲିକପ୍ଟର ପଠାଯିବାର ବ୍ୟବସ୍ଥା କରାଯାଉଥିବା ସୂଚନା ରହିଛି ।

ଫସିଥିବା ପର୍ୟ୍ୟଟକମାନେ ହେଲେ ମୌମିତା ହାଲଦାର, ପିୟାଲି କୋଲେ, ଜାଜଲା ତ୍ରିବେଦୀ କୁମାର, ଆଦିତ୍ୟ ସିଂହ, ଦିପ୍ଲିନା ବିଶ୍ୱାସ ଓ ରାଜେଶ ଦେ। ସେମାନେ ଶନିବାର ଯାଇଥିବା ବେଳେ ପାଗ ଖରାପ ହେବା ଏବଂ ତୁଷାରପାତ ବଢ଼ିବା ଯୋଗୁଁ ଅସୁବିଧାରେ ପଡ଼ିଥିଲେ।

Related posts

ଚଳନ୍ତା ବସ୍ ରୁ ଚକ ବାହାରି ରାସ୍ତା କଡ ଦୋକାନରେ ପଶିଲା

mahabharatanews

ମଣିପୁର, ନାଗାଲାଣ୍ଡ ସମେତ ଆସାମ ଯାଏଁ ଭୂକମ୍ପ ଝଟ୍‌କା ଅନୁଭୂତ

mahabharatanews

ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଗାଡି ମାଡିଗଲା କାର ୨ଶିଶୁ ସମେତ ମହିଲା ମୃତ୍ୟୁ

mahabharatanews