ଦେଶ ବିଦେଶ

ବିବାହ କରିବାକୁ ମନା କରିଦେଲେ ଯୁବକ, ପାଣି ଟାଙ୍କିକୁ ଚଢ଼ିଗଲେ ଯୁବତୀ

ବିବାହକୁ  ନେଇ ହାଇଡ୍ରାମା। ଯୁବକ ବିବାହ କରିବାକୁ ମନା କରିଦେବାରୁ ଘର ଛାଡ଼ି ପାଣି ଟାଙ୍କି ଉପରେ ଚଢ଼ିଗଲେ ଜଣେ ୨୩ ବର୍ଷୀୟ ଯୁବତୀ। ଉତ୍ତରପ୍ରଦେଶର କୌଶାମ୍ବୀ ଜିଲ୍ଲାରେ ଘଟିଥିବା ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା।ଘଟଣାଟି ହେଲା ,  ଅନୁପମା ନାମକ ଯୁବତୀଙ୍କ ବିବାହ ସରାଇ ଅକିଲ୍‌ ଅଞ୍ଚଳର ଅବଧେଶ କୁମାରଙ୍କ ସହ ସ୍ଥିର ହୋଇଥିଲା। ଉଭୟଙ୍କ ନିର୍ବନ୍ଧ ମଧ୍ୟ ସରିଥିଲା। ହେଲେ ଏକ ଫୋନ୍ କଲ୍‌ର ରେକର୍ଡିଂକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ଏହି ଘଟଣା ପରେ ଅବଧେଶ ବିବାହ କରିବାକୁ ମନା କରିଦେଇଥିଲେ।

ଅବଧେଶ ଏଭଳି ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ଅନୁପମା ଘରୁ ବାହାରି ଯାଇଥିଲେ। ପ୍ରାୟ ୪ କିଲୋମିଟର ଦୂର ମଖାଇପୁର ଗାଁରେ ପହଞ୍ଚି ଏକ ପାଣି ଟାଙ୍କି ଉପରେ ଚଢ଼ି ଯାଇଥିଲେ। ଯୁବତୀଙ୍କୁ ତଳକୁ ଓହ୍ଲାଇବା ପାଇଁ ସ୍ଥାନୀୟ ଲୋକେ ବହୁ ଅନୁରୋଧ କରିଥିଲେ ମଧ୍ୟ ସେ ରାଜି ହୋଇନଥିଲେ। ଫଳରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା।ଖବର ପାଇ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ କର୍ମଚାରୀମାନେ ଦୀର୍ଘ ସମୟ ଧରି ଯୁବତୀଙ୍କୁ ବୁଝାସୁଝା କରିଥିଲେ। ଶେଷରେ ପୋଲିସର ଉଦ୍ୟମ ପରେ ଅନୁପମାଙ୍କୁ ସୁରକ୍ଷିତ ଭାବେ ତଳକୁ ଓହ୍ଲାଯାଇଥିଲା।

Related posts

ବୟଫ୍ରେଣ୍ଡ୍‌ଙ୍କ ବିରୋଧରେ ଅଭିଯୋଗ ଆଣିଲେ ନିଧିଙ୍କ ମା’

mahabharatanews

ଭାରତୀୟ ନୌସେନାର ଶକ୍ତି ବଢାଉଛି ରୋମିଓ ହେଲିକପ୍ଟର

mahabharatanews

ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍ରେ ଭାରତର ଦମଦାର ପ୍ରଦର୍ଶନ

mahabharatanews