ଓଡିଶା

ତିନି ଜଣ ଯୁବକ ସହ ଜଣେ ମହିଳାଙ୍କୁ ବିଜୁଳି ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ଛେଚିଲେ

ଗଞ୍ଜାମ ଜିଲ୍ଲା ଆସିକା କୋଟିନଡ଼ା ଥାନା ଅନ୍ତର୍ଗତ ଭେଟନଈ ଗ୍ରାମରେ ଅଭାବନିୟ ଘଟଣା l ଚୋରି ସନ୍ଧେହରେ ତିନି ଜଣ ଯୁବକ ସହ ଜଣେ ମହିଳାଙ୍କୁ ବିଜୁଳି ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ଛେଚିଲେ ଗାଁ ଲୋକେ l ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି l  ଭେଟନଈ ଗ୍ରାମର ଧୋବା ସାହିର ଜଣେ ମହିଳା ଓ ତାଙ୍କ ପୁଅଙ୍କ ସହ ତାଙ୍କ ଘରକୁ ଆସିଥିବା ଅନ୍ୟ  ଦୁଇ ଜଣ ଯୁବକକୁ ଗାଁ ର କିଛି ଲୋକ ଅଟକ ରଖିବା ସହ ବିଜୁଳି ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ଛେଚି ଥିଲେ l

ପରେ ଖବର ପାଇ ଘଟଣା ସ୍ଥଳରେ କୋଟିନଡା ଥାନା ପୋଲିସ ପହଞ୍ଚି ସେହି ଚାରି ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଘଟଣା ତଦନ୍ତ କରୁଛି l ତେବେ ଚୋରି ସନ୍ଧେହ ଓ ପୂର୍ବ ଶତ୍ରୁତାକୁ ନେଇ ଏଭଳି ଘଟଣା ଘଟିଥିବା ପୋଲିସ କହୁଥିବା ଘଟଣା ପଛରେ ପରକ୍ରିୟା ପ୍ରୀତି ରହିଥିବା ନେଇ ଜନ ସାଧାରଣରେ ଚର୍ଚ୍ଚା ହେଉଛି.

Related posts

ଅବପାତର ରୂପ ନେବ ଲଘୁଚାପ କ୍ଷେତ୍ର!

mahabharatanews

କାଲିମେଳା ବ୍ଲକରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

mahabharatanews

ଗଛରେ ପିଟି ହେଲା କାର, ୪ ମୃତ

mahabharatanews