ଓଡିଶା

4 ଲକ୍ଷ 27 ହଜାର 487 କ୍ଷତିଗ୍ରସ୍ତ ଫେରି ପାଇଲେଣି ଚିଟଫଣ୍ଡ ଟଙ୍କା

4 ଲକ୍ଷ 27 ହଜାର 487 କ୍ଷତିଗ୍ରସ୍ତ ଫେରି ପାଇଲେଣି ଚିଟଫଣ୍ଡ ଟଙ୍କା. ରୋଜ ଭ୍ୟାଲି ଗ୍ରୁପ, ଗୋଲଡେନ ଲ୍ୟାଣ୍ଡ ଭ୍ୟାଲୁ ଏବଂ ହାଇ-ଟେକ ଇଷ୍ଟେଷ୍ଟ ପ୍ରମୋଟର ଗ୍ରୁପର 8 ଲକ୍ଷ 78 ହଜାର 953 ଆବେଦନକାରୀଙ୍କ ମଧ୍ୟରୁ 3 ଲକ୍ଷ 27 ହଜାର 642 ଜମାକାରୀଙ୍କୁ 128 କୋଟି ଟଙ୍କା ଫେରସ୍ଥ କରାଯାଇଛି. ସେହିପରି କମିଶନ ସୁପାରିଶ କରିଥିବା 99 ହଜାର 845 କ୍ଷୁଦ୍ର ଜମାକାରୀଙ୍କୁ 47 କୋଟି ଟଙ୍କା କର୍ପସ ଫାଣ୍ଠିରୁ ଫେରସ୍ଥ କରାଯାଇଛି.

ଏହା ସହ 8 ଟି ସଂସ୍ଥାର ସମ୍ପତି ଜବତ ସହ ବ୍ୟାଜ୍ୟାପ୍ତି ଫଳରେ ସରକାରଙ୍କୁ ସାଢେ 8 କୋଟିରୁ ଅଧିକ ରାଶି ପ୍ରାପ୍ତ ହୋଇଛି. 68 ଟି ବେଆଇନ ଆର୍ଥିକ ପ୍ରତିଷ୍ଠାନର ସ୍ଥାବର ଆସ୍ଥାବର ସମ୍ପତ୍ତି ବ୍ୟାଜ୍ୟାପ୍ତି ନିମନ୍ତେ 90 ଟି ପ୍ରସ୍ତାବକୁ ରାଜ୍ୟ ସରକାର ଆଦେଶ ଦେଇଥିବା ବେଳେ 42 ଟି ନିର୍ଦ୍ଦେଶକୁ ନ୍ୟାୟାଳୟ କାଏମ ରଖିଛନ୍ତି. ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର.

Related posts

ଥଣ୍ଡାରେ ଥରୁଛି ଓଡ଼ିଶା

mahabharatanews

ଓଲିଉଡ ଅଭିନେତା ଅଜିତ ଦାସ କରୋନା ଆକ୍ରାନ୍ତ

mahabharatanews

ଅମ୍ଫାନ ସାଇକ୍ଲୋନ ପ୍ରଭାବରେ ଢେଙ୍କାନାଳ ଜିଲ୍ଲାର ଜାରି ରହିଛି ବର୍ଷା

mahabharatanews