ରସୁଲପୁର ବ୍ଲକ ସିଙ୍ଗାପୁର ପଂଚାୟତ ସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ୱାସ୍ଥ୍ୟ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି l ତୀର୍ଥ ରାଜ ପଣ୍ଡାଙ୍କ ନେତୃତ୍ୱରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ମା ମୁଖ୍ୟ ଅତିଥି ସମାଜସେବୀ ମିନତୀ ସାହୁ ଉଦଘାଟନ କରିଥିଲେ l ଏହି ୮୦ ଲକ୍ଷର ଗୃହରେ ଥିବା ୧୧ କୋଠରୀକୁ ଏ ଅଞ୍ଚଳ ବାସୀଙ୍କୁ ରୋଗୀ ସେବା ପାଇଁ ଉତ୍ସର୍ଗ କରିଥିଲେ l
ସନମାନିତ ଅତିଥି ଭୂମିକା ମେଡିକାଲର ଅଧକ୍ଷ ଭୀଷ୍ମ ପ୍ରସାଦ ରଥ, ଚୈତନ୍ୟ ନାୟକ, ସରପଞ୍ଚ ହୃଦାନନ୍ଦ ସାହୁ, ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଜ୍ୟୋତି ପ୍ରକାଶ ପଣ୍ଡା, ଆୟୁଷ ଡାକ୍ତର ପ୍ରଜ୍ଞlପରିମିତା ମହାନ୍ତି ଯୋଗଦେଇ ଥିଲେ l ଏହି ଆୟୁଷ୍ମାନ ମନ୍ଦିର ଉଦଘାଟନ ରେ ରଞ୍ଜନ ପ୍ରଧାନ, ରବିନ୍ଦ୍ର କୁମାର ସାହୁ,ରୁନିବାଳା ସାହୁ ବିବେକାନନ୍ଦ ସାହୁପ୍ରମୁଖ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରରରେ ସିଙ୍ଗାପୁର ମେଡ଼ିକାଲରେ ସମସ୍ତ ଷ୍ଟାଫ ସହଯୋଗ କରିଥିଲେ l
