ଅପରାଧଓଡିଶା

ୟୁନିଟ-୬ ରେ ଲୁଚି ରହିଥିଲା ଆତଙ୍କବାଦୀ, ବାନ୍ଧିଲା ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ

କ୍ୟାପିଟାଲ ଥାନା ଅଞ୍ଚଳର ୟୁନିଟ୍ 6 ର ଜଣେ ଯୁବକଙ୍କୁ ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ ଗିରଫ କରିଛି । ପାକିସ୍ତାନ ଲିଙ୍କ ସହିତ ଦେଶଦ୍ରୋହ ମାମଲରେ ତାକୁ ଉଠାଇଛି ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ । ଗିରପା ଯୁବକର ନାମ ଏସ କେ ଇମ୍ରାନ୍ ବୋଲି ଜଣାଯାଇଛି।

କିଛି ଦିନ ଧରି ସୋସିଆଲ ମିଡିଆ ମାଧ୍ୟମରେ ପାକିସ୍ଥାନ ଲିଙ୍କରେ ଯୁବକ ଜଣକ ଥିବା ଜାଣିବା ପରେ ଦିଲ୍ଲୀ ସେଶାଲ୍ ବ୍ରାଞ୍ଚ ରାତି ଅଧରେ ଯୁବକକୁ ଗିରଫ କରି ଭୁବନେଶ୍ଵର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରି ପରେ ଟ୍ରାନ୍‌ଜିଟ୍ ରିମାଣ୍ଡରେ ଦିଲ୍ଲୀ ନେବା  ପାଇଁ ଯୋଜନା କରିଛି । ତେବେ ଯୁବକ ଜଣକ କିଛି ମାସ ହେବ ୟୁନିଟ୍ 6 ଅଞ୍ଚଳର ଏକ ବସ୍ତିରେ ଘରଭଡ଼ା ନେଇ ରହୁଥିଲା । ସେଠାରୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଦେଶଦ୍ରୋହମୂଳକ ଉତ୍ତେଜକ ସ୍ଲୋଗାନମାନ ପୋଷ୍ଟ କରୁଥିଲା । ଏହା ବାବଦରେ ଯୁବକ ପାଖକୁ ବିଭିନ୍ନ ସୂତ୍ରରୁ ଟଙ୍କା ଆସୁଥିଲା । ଏହି ଯୁବକ ଜଣକ କେଉଁ ଉଦ୍ଦେଶ୍ୟରେ ପାକିସ୍ଥାନ ର ବିଭିନ୍ନ ସଙ୍ଗଠନ ସହିତ ଜଡିତ ଥିଲେ ତାକୁ ନେଇ ତଦନ୍ତ କରିଛି ସ୍ପେଶାଲ ବ୍ରାଞ୍ଚ I

ଇନଷ୍ଟାଗ୍ରାମ, ଫେସବୁକ୍, ହ୍ୱାଟସଆପ୍ ଏବଂ ସିଗନାଲ ଭଳି ପ୍ଲାଟଫର୍ମରେ ମୌଳବାଦୀକରଣ ସହିତ ଜଡିତ ସୋସିଆଲ ମିଡିଆ ପୋଷ୍ଟ ସମ୍ପର୍କରେ, ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଏକ ସପ୍ତାହ ପୂର୍ବେ ଦିଲ୍ଲୀରୁ କିଛି ଯୁବକଙ୍କୁ ଉଠାଇ ନେଇଥିଲା। ପଚରାଉଚରା ଏବଂ ସେମାନଙ୍କର ସୋସିଆଲ ମିଡିଆ ପୋଷ୍ଟର ବିଶ୍ଳେଷଣ ସମୟରେ, ସ୍ପେଶାଲ୍ ସେଲ୍ ଓଡିଶାର ଏକ ଲିଙ୍କ ପାଇଥିଲା। ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ତାରିଖ ୧୦.୦୪.୨୦୨୬ ରେ, କମିଶନରେଟ୍ ପୋଲିସ (BBSR UPD) ସହାୟତାରେ ଶେଖ ଇମ୍ରାନଙ୍କୁ ଭୁବନେଶ୍ୱରର ୟୁନିଟ୍-୬ ଅଞ୍ଚଳରୁ ଗିରଫ କରାଯାଇଥିଲା । ଅଧିକ ପଚରାଉଚରା ସମୟରେ ଜଣାପଡ଼ିଥିଲା ଇମ୍ରାନ, କିଛି ଆତଙ୍କବାଦୀ ସଙ୍ଗଠନର ଜଣେ ସକ୍ରିୟ ସଦସ୍ୟ ଭାବରେ କାର୍ଯ୍ୟ କରୁଥିଲା । ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ, ସେ ହ୍ୱାଟସଆପ୍ ଏବଂ ସିଗନାଲ ଆପ୍ଲିକେସନ୍ସର ଏକ ଗୋଷ୍ଠୀ ସହିତ ଯୋଗାଯୋଗ କରିଥିଲେ । ଏହି ଘଟଣା ପରେ ଅଧିକ ସତର୍କ ହୋଇଛି କମିସନରେଟ୍‌ ପୋଲିସ । ଏହି ଯୁବକ ଜଣଙ୍କ କେଉଁ ଉଦ୍ଦେଶ୍ୟରେ ଏପରି ଦେଶଦ୍ରୋହ କାମ କରୁଥିଲେ ତାହାର ଖୋଳତାଡ଼ କରିବ ଦିଲ୍ଲୀ ପୋଲିସ ।

Related posts

ଭୁଲ ବା ଖରାପ ଅଭ୍ୟାସ କାରଣରୁ ର୍ଦୁଭାଗ୍ୟ ଓ ଆର୍ଥିକ ସମସ୍ୟା ଆମ ପିଛା ଛାଡି ନଥାଏ

mahabharatanews

ପରାଦ୍ୱୀପରେ ଆରମ୍ଭ ହେଲା କୋଭିଡ ହସ୍ପିଟାଲ

mahabharatanews

୧୫ ପରେ ରାଜ୍ୟରେ ଆରମ୍ଭ ହେବ ଗର୍ଭବତୀଙ୍କ ଟୀକାକରଣ

mahabharatanews