ଓଡିଶା

ସିଙ୍ଗାପୁର ଯାତ୍ରା ୩ଦିନରୁ ୫ଦିନ କରିବା ପାଇଁ ଜନଶୁଣାଣି

ଯାଜପୁର  ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ସିଙ୍ଗାପୁର ପଞ୍ଚାୟତ ସ୍ଥିତ ପ୍ରସିଦ୍ଧ ସିଙ୍ଗାପୁର ଯାତ୍ରା ୩ଦିନରୁ ୫ଦିନ କରବା ପାଇଁ ପ୍ରଶାସନ ତରଫରୁ ନାରାୟଣ ଗୋସାଇଁ ମନ୍ଦିର ପ୍ରକୋଷ୍ଟରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଜନ ଶୁଣାଳୀ ଶିବିରରେ ରସୁଲପୁର ତହସିଲଦାର ସିଦ୍ଧାର୍ଥ ବେହେରା ସଭାପତିତ୍ବ କରିଥିଲେ l

ଏହି ସିବିରରେ ଏସ ଡିପିଓ  ଶରତ କୁମାର ପାତ୍ର, କୁଆଖିଆ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ,ମଧୁପୁର ରାଣୀ ଅର୍ପନା ଧୀର ସିଂ,ତୀର୍ଥରାଜ ପଣ୍ଡା, ସରପଞ୍ଚ ଜିତେନ୍ଦ୍ର ନାୟକ, ହୃଦାନନ୍ଦ ସାହୁ,ଜିତେନ୍ଦ୍ର ପାତ୍ର ଓ ପୂଜା କମିଟିର କାର୍ଯ୍ୟ କାରି ସଭାପତି ଭୀଷ୍ମ ପ୍ରସାଦ ରଥ ଓ ୪ପଞ୍ଚାୟତର ଲୋକମାନ ଙ୍କ ଉପସ୍ଥିତିରେ  ଦିନ ୧୨ ରୁ ୩ଟା ପର୍ଯ୍ୟନ୍ତ  ଶୁଣାଣି ଚାଲିଥିଲା l ସେଠାରେ ୩ଜଣ ଲୋକ ବିରୋଧ କରିଥିଲେ ଆଉ ସମସ୍ତ ଲୋକମାନେ ୪ଦିନ ଠାକୁର ରହିବାକୁ ସନ୍ମତି ଦେଇଥିଲେ l ସୂଚନା ଥାଉକି ପୂର୍ବରୁ ଠାକୁର ୩୬୨ଦିନ ପାଣିରେ ୩ ଦିନ ଠାକୁର ମନ୍ଦିରରେ ରୁହନ୍ତି l ଚଳିତ ବର୍ଷ ଠାରୁ ୪ଦିନ ମନ୍ଦିରରେ ରହିବେ ବୋଲି ଆଜି ଜନ ଶୁଣାଣିରେ ସର୍ବସ ସ୍ମତିରେ ସ୍ଥିର କରାଗଲାl ସିଙ୍ଗାପୁର ଯାତ୍ରା  ୧୪ତାରିଖରୁ ଆରମ୍ଭ ହୋଇ ୧୮ତାରଖରେ ଭସାଣି ହେବ l ଶେଷରେ ଭିଷ୍ମ ପ୍ରସାଦ ରଥ  ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l

Related posts

ହ୍ୟୁମାନ ଚେନ୍ ମାଧ୍ୟମରେ ଭକ୍ତମାନଙ୍କୁ ସୃଙ୍ଖଳିତ ଭାବେ ଦର୍ଶନ କରାଇବାକୁ ନୂଆ ପ୍ରୟାସ

mahabharatanews

ପଞ୍ଚଭୂତରେ ଲୀନ ହେଲେ ସାହିତ୍ୟିକ ସାତକଡି ହୋତାଙ୍କ ମରଶରୀର

mahabharatanews

ଫେରିଲେ ୫ଜଣ ମତ୍ସ୍ୟଜୀବୀ

mahabharatanews