ଓଡିଶା

ନୟାଗଡ଼ ଛେନାପୋଡ଼କୁ ମିଳିବ GI ଟ୍ୟାଗ୍‌ ମାନ୍ୟତା

ନୟାଗଡ଼ ଛେନାପୋଡ଼କୁ ମିଳିବ GI ଟ୍ୟାଗ୍‌ ମାନ୍ୟତା । ଏନେଇ ସୂଚନା ଦେଲେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ । ବିଶ୍ୱ ପ୍ରସିଦ୍ଧ ନୟାଗଡ଼ ଛେନାପୋଡ଼କୁ ମିଳିବ GI ଟ୍ୟାଗ୍  ମାନ୍ୟତା । ଦୀର୍ଘ ଦିନର ଅପେକ୍ଷା ପରେ ବିଶ୍ୱ ପ୍ରସିଦ୍ଧ ନୟାଗଡ଼ ଛେନାପୋଡ଼କୁ ଭୌଗୋଳିକ ସୂଚକାଙ୍କ ବା ଜିଆଇ ଟ୍ୟାଗ (Geographical Indication Tag) ମିଳିବା ପାଇଁ ବାଟ ପରିଷ୍କାର ହୋଇଛି। ଆସନ୍ତା ମେ ୨୮ ଓ ୨୯ ତାରିଖ ବୈଠକରେ ହୋଇପାରେ ବିଧିବଦ୍ଧ ଘୋଷଣା । GI ଟ୍ୟାଗ୍‌ ନେଇ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ । ବୈଠକ ପରେ ‘Geographical Indications of Goods (Registration and Protection) Act, 1999’ ଅନୁଯାୟୀ GI ଟ୍ୟାଗ୍ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ବୋଲି ପୀୟୂଷ ଗୋୟଲ ପ୍ରତିଶ୍ରୁତି ଦେଇଛନ୍ତି ।

ଏ ସଂପର୍କରେ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଚିଠି ଲେଖିଥିଲେ ସାଂସଦ ସମ୍ବିତ ପାତ୍ର ।  GI ଟ୍ୟାଗ୍  ନେଇ ଆବଶ୍ୟକୀୟ  ପଦକ୍ଷେପ ନେବେ ବୋଲି କେନ୍ଦ୍ର ମନ୍ତ୍ରୀ ଜଣାଇଛନ୍ତି । ଛେନାପୋଡ ଦିବସରେ ସାଂସଦ ସମ୍ୱିତ ପାତ୍ରଙ୍କୁ ଏକ ଚିଠି ଲେଖି ଏହା ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ । ନୟାଗଡ଼ର ଛେନାପୋଡ଼ ଏହାର ସ୍ୱତନ୍ତ୍ର ପ୍ରସ୍ତୁତି ଶୈଳୀ ଓ ସ୍ୱାଦ ପାଇଁ ପରିଚିତ। ଜିଆଇ ଟ୍ୟାଗ୍ ମିଳିବା ଦ୍ୱାରା ଏହା ନୟାଗଡ଼ର ଏକ ସ୍ୱତନ୍ତ୍ର ପରିଚୟ ଭାବେ ବିଶ୍ୱସ୍ତରରେ ମାନ୍ୟତା ପାଇବ। ନକଲି ବ୍ରାଣ୍ଡିଂ ଉପରେ ରୋକ ଲାଗିବ। ସ୍ଥାନୀୟ କାରିଗର ଓ ବ୍ୟବସାୟୀମାନେ ଆର୍ଥିକ ସମୃଦ୍ଧି ପାଇବା ସହ ରପ୍ତାନି ସୁବିଧା ବଢ଼ିବ।

Related posts

ନିଶାଡି ପୁଅ ମାଡରେ ମା’ର ମୃତ୍ୟୁ

mahabharatanews

ଚାଷୀଙ୍କ ପାଇଁ ମରୁଡି ସହାୟତା

mahabharatanews

୧୦ ଲକ୍ଷ ଟଙ୍କାର ଦାମୀ ବିଦେଶୀ ସିଗାରେଟ୍ ଜବତ କଲା କଷ୍ଟମସ୍ ବିଭାଗ

mahabharatanews