ଅପରାଧଓଡିଶା

ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ପୁଣି ଗୁଳି ବିନିମୟ

ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଓଡ଼ିଶା ସୀମାନ୍ତ ସରଣ୍ଡା ଜଙ୍ଗଲରେ ପୁଣି ଗୁଳି ବିନିମୟ ଘଟିଛି । ବୁଧବାର ଦିନ ଘଟିଥିବା  ଏହି ସଂଘର୍ଷରେ ୨୦୫ କୋବ୍ରା ବାଟାଲିୟନର ଇନ୍ସପେକ୍ଟର ସତ୍ୟ ପ୍ରକାଶଙ୍କ ସହ ୫ ଯବାନ ଗୁରୁତର ଆହତ ହୋଇଛନ୍ତି । ସରଣ୍ଡା ଜଙ୍ଗଲର ବାବୁଡେରା, ଦଲାଇଡେରା ଓ ଚଡରାଡେରା ପାହାଡ଼ି ଅଞ୍ଚଳରେ ବୁଧବାର ସକାଳ ପ୍ରାୟ ୧୦ରୁ ଦିନ ୨ ପର୍ଯ୍ୟନ୍ତ ଗୁଳି ବିନିମୟ ହୋଇଥିଲା ।  ଏଥିରେ ଇନ୍ସପେକ୍ଟର ସତ୍ୟ ପ୍ରକାଶଙ୍କ ସହ ଶୈଳେଶ କୁମାର ଦୁବେ, ଉତ୍ତମ କୁମାର ସେନାପତି, ଜିତେନ୍ଦ୍ର ରାୟ ଓ ପ୍ରେମ କୁମାର ଆହତ ହୋଇଛନ୍ତି । ମାଓବାଦୀ ବିରୋଧୀ ଅଭିଯାନରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ କରୁଥିବା ବେଳେ ପୂର୍ବରୁ ଛକିଥିବା ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ ।

ମାଓବାଦୀମାନେ ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନକୁ ବନ୍ଦ କରିବା ପାଇଁ ବିଛାଇଥିବା ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ଇନ୍ସପେକ୍ଟର ସତ୍ୟପ୍ରକାଶଙ୍କ ଅଣ୍ଟାରେ ଗଭୀର ଆଘାତ ଲାଗିଛି । ଗୁଳି ବିନିମୟ ସମୟରେ ଅନ୍ୟ ଚାରି ଯବାନ ଆହତ ହୋଇଛନ୍ତି । ଶୈଳେଶଙ୍କ ବେକ, ଉତ୍ତମଙ୍କ ହାତ ଓ ଜିତେନ୍ଦ୍ରଙ୍କ ଗୋଡ଼ରେ ଗୁଳି ବାଜିଛି । ଆହତ ଇନ୍ସପେକ୍ଟର ଓ ଯବାନ ମାନଙ୍କୁ ବାଲିବା ଗାଁରୁ ରାଞ୍ଚିକୁ ଏୟାରଲିଫ୍ଟ କରାଯାଇଛି । ଅନ୍ୟ ଜଣେ ଯବାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ସୁରକ୍ଷା ବାହିନୀର ପାଲଟା ଜବାବରେ ମାଓବାଦୀଙ୍କ ବଡ଼ ଧରଣର କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳରୁ କାହାରି ମୃତଦେହ କିମ୍ବା ସାମଗ୍ରୀ ଜବତ ହୋଇନାହିଁ ।

In Jharkhand's Saranda forest, top Maoist commander among 15 members killed  in encounter - The Hindu

Related posts

ବାରବାଟୀରେ ପରାସ୍ତ ହେବା ଧାରାକୁ ଭାଙ୍ଗି ପାରିବକି ଭାରତ ?

mahabharatanews

ଦେଶି ବନ୍ଧୁକ ସହିତ ଦୁର୍ଦ୍ଦାନ୍ତ ଅପରାଧୀ ଚଗଲା ଗିରଫ

mahabharatanews

 ପୁଣି ଗଡ଼ିବ ଘରୋଇ ବସ୍ , ଧର୍ମଘଟ ସ୍ଥଗିତ 

mahabharatanews