ଅପରାଧଓଡିଶା

ଓୟୋରେ ଦୁଷ୍କର୍ମ, ଯୁବକ ଗିରଫ

ଓୟୋରେ ଦୁଷ୍କର୍ମ, ଯୁବକ ଗିରଫ। ବାର୍ଥ ଡେ’ ପାର୍ଟିରେ ଜନ୍ମଦିନ ପାଳିବା ପରେ ଯୁବତୀଙ୍କୁ ଓୟୋକୁ ନେଇ ଦୁଷ୍କର୍ମ ଘଟଣାରେ ଜଣଙ୍କୁ ଗିରଫ କରିଛି ଇନ୍ଫୋସିଟି ଥାନା ପୋଲିସ। ଅଭିଯୁକ୍ତ ଜଣଙ୍କ ହେଲେ ଶୁଭଜିତ ପ୍ରଧାନ।  ବୟସ ୨୬। ଇନ୍ଫୋସିଟି ଅଞ୍ଚଳରେ ରହୁଥିବା ଜଣେ ୨୩ ବର୍ଷୀୟ ଯୁବତୀଙ୍କ ସହ ୨୦୨୩ ମେ’ ମାସ ୧୯ ତାରିଖରେ ଯୁବକ ଜଣଙ୍କର ସମ୍ପର୍କ ହୋଇଥିଲା ।

ସେଦିନ ପୀଡିତା ବା ଯୁବତୀ ଜଣଙ୍କର ଜନ୍ମଦିନ ଥିବାରୁ , ପାର୍ଟି ସାରି ତାଙ୍କୁ ଓୟୋ ନେଇଯାଇଥିଲେ ଯୁବକ ଜଣଙ୍କ। ଦୁଷ୍କର୍ମ କରିବା ପରେ ତାଙ୍କୁ ବିବାହ କରିବେ ବୋଲି ପ୍ରଲୋଭନ ଦେଖାଇଥିଲେ। ହେଲେ ପରେ ଆଉ ବିବାହ ନକରିବାରୁ ପୀଡିତା ଜଣଙ୍କ ଇନ୍ଫୋସିଟି ଥାନାରେ କେସ ନମ୍ବର ୨୦୫/ ୨୦୨୩ ରେ ମାମଲା ରୁଜୁ କରିଥିଲେ । ୨୦୨୩ ମସିହାର ଏହି କେସରେ ଅଭିଯୁକ୍ତ କୁ ଗିରଫ କରିଛି ପୋଲିସ।

Related posts

ଅଫ୍‌ଲାଇନ୍‌ରେ ହେବ ପରୀକ୍ଷା

mahabharatanews

ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ

mahabharatanews

୨୪ ଘଣ୍ଟା ମଧ୍ୟରେ ୧୨୪୭ କରୋନା ପଜିଟିଭ୍ ଚିହ୍ନଟ

mahabharatanews