ଓଡିଶା

ଭାଲୁ ଆକ୍ରମଣରେ ଜଣେ ମୃତ ଅଭିଯୋଗ , ସରକାରୀ ସହାୟତା ଦାବି କଲେ ପରିବାର

କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ବେହେରା ଫରେଷ୍ଟ ଧଅଁରପୁର ଗଡ଼ରା ପାହାଡ଼ ଜଙ୍ଗଲ ଅଞ୍ଚଳରେ ବୁଧବାର  ବିଳମ୍ବିତ ରାତ୍ରିରେ ଏକ ଦୁଃଖଦ ଘଟଣା ଘଟିଛି। ଶୌଚ ପାଇଁ ଜଙ୍ଗଲ ଅଞ୍ଚଳକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି ହେଲେ ଭାଲୁଚୁଆଁ ଗାଁର ଜୟରାମ ଜାଲ। ସୂଚନା ଅନୁଯାୟୀ, ଜୟରାମ ଅପରାହ୍ନ  ସମୟରେ ଶୌଚ ପାଇଁ ଘରୁ ବାହାରି ଜଙ୍ଗଲ ଆଡକୁ ଯାଇଥଲେ।

ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ଖୋଜା ଖୋଜି କରିବା ପରେ  ଭାଲୁର ଆକ୍ରମଣରେ ସେ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ସନ୍ଦେହ କରିଥିଲେ । ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ରାତି 11 ଘଣ୍ଟା ସମୟରେ କୋକସରା ପୋଲିସ ଓ ଧର୍ମଗଡ ରେଞ୍ଜ ଅଧିକାରୀ  ଘଟଣାସ୍ଥଳକୁ ପହଞ୍ଚି  ଶବକୁ ଜବତ କରି  ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା କୁ ପଠାଇଥିଲେ।

Related posts

କିଛି ଜିଲ୍ଲାରେ ଲୋକଙ୍କ ଅସ୍ୱାଭାବିକ ମୃତ୍ୟ

mahabharatanews

ବହୁଳ ପ୍ରଚାର ପ୍ରସାର ଓ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ପରେ ବି କମିଛି ପଞ୍ଜିକରଣ ସଂଖ୍ୟା

mahabharatanews

ବାଲିପଦର ଗାଁକୁ ସାନିଟାଇଜ କଲେ ଯୁବକ ସଂଘ

mahabharatanews