ଓଡିଶା

୧୦ କିମି ଦୂରରୁ ଆସୁଥିବା ଶିକ୍ଷକଙ୍କ ରହିବା ବ୍ୟବସ୍ଥା କରାଯାଉ: ହାଇକୋର୍ଟ

କଟକ: ପିଲାଙ୍କ ଭବିଷ୍ୟତ ପାଇଁ କରୋନା ଆତଙ୍କ ମଧ୍ୟରେ ମଧ୍ୟ ମାଟ୍ରିକ୍‌ ଖାତା ଦେଖା ହେବ । ତେବେ ଦୂରରୁ ଆସୁଥିବା ଶିକ୍ଷକଙ୍କ ପାଇଁ ଖାଇବା ଓ ରହିବ ବନ୍ଦୋବସ୍ତ କରିବାକୁ ଗଣଶିକ୍ଷା ସଚିବ ଓ ବୋର୍ଡ ସଂପାଦକଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରକ୍ରିୟା ଓ ଶିକ୍ଷକଙ୍କ ସୁରକ୍ଷାକୁ ନେଇ ଓଡ଼ିଶା ହାଇକୋର୍ଟ ରାୟ ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ୧୦ କିଲୋମିଟର ଦୂରରୁ ଆସୁଥିବା ଶିକ୍ଷକଙ୍କ ପାଇଁ କେନ୍ଦ୍ର ନିକଟରେ ରହିବା ଖାଇବା ବ୍ୟବସ୍ଥା କରାଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍‌ ବିଶ୍ୱନାଥ ରଥ କହିଛନ୍ତି ଖାତାଦେଖା ବେଳେ ସାମାଜିକ ଦୂରତ୍ୱ ପାଳନ କରିବା ଉପରେ ଗୁରୁତ୍ୱ ଦିଆଯିବ। ଓଷ୍ଟା ପକ୍ଷରୁ ହାଇକୋର୍ଟରେ ରୁଜ୍ଜୁ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି ହାଇକୋର୍ଟ ।
କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ଖାତା ମୂଲ୍ୟାୟନ ଯୋଗୁ ଶିକ୍ଷକଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ରହିଥିବା ଓଷ୍ଟା ପକ୍ଷରୁ ଯୁକ୍ତି ରଖାଯାଇଥିଲା । କେତେକ ରାଜ୍ୟରେ ଉତ୍ତର ଖାତାକୁ ଶିକ୍ଷକମାନେ ନିଜ ଘରକୁ ନେବା ପାଇଁ ମଧ୍ୟ ଅନୁମତି ଦିଆଯାଇଛି। ଓଡ଼ିଶାରେ ମଧ୍ୟ ଏହା କାର୍ୟ୍ୟକାରୀ କରିବାକୁ ଓଷ୍ଟା ପକ୍ଷରୁ ନିବେଦନ କରାଯାଇଥିଲା। ମୂଲ୍ୟାୟନ ଆରମ୍ଭ ମେ’ ୨୦ ଆରମ୍ଭ ହେଉଥିବା ବେଳେ ଏହା ପୂର୍ବରୁ ଚତୁର୍ଥ ପର୍ୟ୍ୟାୟ ଲକ୍‌ଡାଉନ୍‌ ଜାରି ହେବ। ଏଣୁ ମୂଲ୍ୟାୟନ କେନ୍ଦ୍ରରେ ଶିକ୍ଷକମାନେ କେମିତି ପହଞ୍ଚିବେ, ସେନେଇ ମଧ୍ୟ ସନ୍ଦେହ ଦେଖାଦେଇଛି। ରାଜ୍ୟ ସରକାର, ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ କୋର୍ଟରେ ଯୁକ୍ତି ରଖାଯାଇଥିଲା ଯେ, ମୂଲ୍ୟାୟନ ପାଇଁ ଯେଉଁ ସବୁ ପଦକ୍ଷେପ ନିଆଯାଇଛି, ତାହା ଲକ୍‌ଡାଉନ୍‌ ନିୟମକୁ ଉଲ୍ଲଂଘନ କରୁନାହିଁ। ଚତୁର୍ଥ ପର୍ୟ୍ୟାୟ ଲକ୍‌ଡାଉନ୍‌ର ସମସ୍ତ ନିୟମ ପାଳନ କରାଯାଇ ମୂଲ୍ୟାୟନ କାର୍ଯ୍ୟ ସମ୍ପାଦନ ହେବ ।

Related posts

ବିଜେଡି ଛାଡିଲେ ବିଧାୟକ ଅରବିନ୍ଦ ଢ଼ାଲି

mahabharatanews

ଯୁକ୍ତ ଦୁଇ ପରୀକ୍ଷା: ଲାଗିବ ସିସିଟିଭି ସହ ଲାଇଭ୍ ଷ୍ଟ୍ରିମିଂ

mahabharatanews

ସ୍କୁଲ ଫି ପାଇଁ ଛାତ୍ରଛାତ୍ରୀଙ୍କୁ ଅଟକ ରଖିଲେ ସ୍କୁଲ କର୍ତ୍ତୃପକ୍ଷ

mahabharatanews