ଓଡିଶା

ଓମଫେଡ ଲିଟର ପିଛା 4 ଟଙ୍କା ବୃଦ୍ଧି

ଓମଫେଡ ଲିଟର ପିଛା 4 ଟଙ୍କା ବୃଦ୍ଧି | ଆଗରୁ ଯେତିକି ଥିଲା ଲିଟର ପିଛା 2 ଟଙ୍କା ବୃଦ୍ଧି ହୋଇଛି । ଚାଷୀଙ୍କ ହିତ ପାଇଁ ଦର ବୃଦ୍ଧି ହୋଇଛି | ଏଥିରୁ ଚାଷୀଙ୍କୁ 1 ଟଙ୍କା ସପୋର୍ଟ କରାଯିବ | ଯେହେତୁ ବର୍ତ୍ତମାନ ପ୍ରକ୍ରିୟା କରଣ, ପରିବହନ ପାଇଁ ଅଧିକ ଖର୍ଚ୍ଚ ହେଉଛି ସେଥିପାଇଁ ଦର ବୃଦ୍ଧି କରାଯାଇଛି। ଅନ୍ୟ ବ୍ରାଣ୍ଡେଡ୍ ସଂସ୍ଥା ଠାରୁ ଓମଫେଡ୍ ଗୁଣବତ୍ତାରେ କୌଣସି କମ ନାହିଁ | ଅନ୍ୟ ବ୍ରାଣ୍ଡ କ୍ଷୀର ଲିଟର ପିଛା 64 ଟଙ୍କା ରୁ 68 ଟଙ୍କା ରହୁଛି | ଟିନ ମିଳ୍କ 25 ଟଙ୍କା 85 ପଇସା ଥିଲା ବୃଦ୍ଧି ହୋଇ 27 ଟଙ୍କା ହେଲା | ଯାହାକି 1 ଟଙ୍କା 15 ପଇସା ବଢିଲା |

ପ୍ରିମିୟମ କ୍ଷୀର 27 ଟଙ୍କା 10 ପଇସା ରୁ 29 ଟଙ୍କା ବୃଦ୍ଧି | ଗୋଲଡ଼ ମିଳ୍କ 27 ଟଙ୍କା 95 ପଇସା ରୁ 30 ଟଙ୍କା ବୃଦ୍ଧି | ଅଲଗା ବ୍ରାଣ୍ଡ କ୍ଷୀର ଠାରୁ ଆମ କ୍ଷୀର ରେଟ କମ ରହିଛି | ଆଭରେଜ ଦେଖିଲେ ଅଧା ଲିଟର ପିଛା ପ୍ରାୟ 2 ଟଙ୍କା ବଢ଼ିଛି। କିନ୍ତୁ କ୍ୱାଲିଟି ରେ କମ୍ପ୍ରମାଇଜ କରାଯାଇ ନାହିଁ। ଚାଷୀ ଏହାଦ୍ୱାରା ଲାଭବାନ ହେବ। ବିଜେଡି ଯେତେଦିନ ଥିଲା କେତେ ବଢ଼େଇଛି ଆମେ କେତେ ବଢ଼େଇଛୁ | 24 ବର୍ଷ ରେ ଓମଫେଡ କୁ କେତେ ବିକାଶ କରିଛି ବିଜେଡି | ଦୁଇ ବର୍ଷ ଭିତରେ 150 କୋଟି ରୁ ଉର୍ଦ୍ଧ ଟଙ୍କା ଆମେ ଓମଫେଡ଼ କୁ ସାହାଯ୍ୟ କରିଛୁ |

Related posts

ଓଡ଼ିଆ ସ୍ୱାଭିମାନ ମଞ୍ଚ ପକ୍ଷରୁ ଓଡ଼ିଆ ନବବର୍ଷ ପାଳିତ

mahabharatanews

ସିଟି ହସ୍ପିଟାଲ ମାନ୍ୟତା ଦାବିରେ ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ

mahabharatanews

ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ନିଆରା ନୂଆବର୍ଷ

mahabharatanews