ଓଡିଶା

କମ୍ରେଡ ଲୋକନାଥ ଚୌଧୁରୀଙ୍କ ଶ୍ରାଦ୍ଧବାର୍ଷିକୀ

ଏରସମା ସଦର ମହକୁମାସ୍ଥିତ ତହସିଲ ପଡ଼ିଆରେ କମ୍ରେଡ ଲୋକନାଥ ଚୌଧୁରୀଙ୍କ ୨୩ତମ ଶ୍ରାଦ୍ଧବାର୍ଷିକ ଉତ୍ସବ ଲୋକନାଥ ସ୍ମୃତି କମିଟି ତରଫରୁ ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ନାଗୁଚରଣ ଦେବତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ଶ୍ରୀ ଚୌଧୁରୀଙ୍କ ଜୀବନୀ ଉପରେ କବିତା ପାଠ କରାଯାଇଥିଲା। ଏରସମା ବ୍ଲକ୍‌ର ମାଟ୍ରିକ ପରୀକ୍ଷାରେ ଏ-୧ ପାଇଥିବା ୬ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଦ୍ଵିତୀୟ ଅଧିବେଶନରେ ସ୍ମୃତି କମିଟିର ସଭାପତି ଶଶିଭୂଷଣ ସ୍ଵାଇଁଙ୍କ ସଭାପତିତ୍ବରେ ଲୋକନାଥ ପଣ୍ଡା ସଂଯୋଜନା କରିଥିଲେ।

ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡ଼ାଇ, ସମ୍ମାନିତ ଅତିଥି ଭାବେ ସାଂସଦ ବିଭୁପ୍ରସାଦ ତରାଇ, ବିଧାୟକ ଶାରଦା ପ୍ରସନ୍ନ ଜେନା, କମ୍ରେଡ ରାମକୃଷ୍ଣ ଯୋଗ ଦେଇଥିଲେ | ଦେବାଶିଷ ଅତିଥି ପରିଚୟ ଦେଇଥିବା ବେଳେ ପ୍ରଶାନ୍ତ କୁମାର ସେଠୀ ସ୍ଵାଗତ ଭାଷଣ ଦେଇଥିଲେ। ସଂଜୟ କୁମାର ବିଶ୍ଵାଳ ଆଲୋଚନା କରିଥିଲେ। ସମ୍ପାଦକ ଅରୁଣ କୁମାର ବେହେରା ଧନ୍ୟବାଦ ଦେଇଥିଲେ ଏହି ଅବସରରେ ଜନନାୟକ ଲୋକନାଥ ସ୍ମରଣିକା ଉନ୍ମୋଚନ କରାଯାଇଥିଲା |

Related posts

ପ୍ରଗତି ମୈଦାନରେ ଓଡିଶା ରାଜ୍ୟ ଦିବସ ପାଳିତ

mahabharatanews

‘ହଣ୍ଟର ଗ୍ରିନ୍‌’ପୋଷାକ ପିନ୍ଧିବେ ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ

mahabharatanews

କଳାହାଣ୍ଡି ଜିଲ୍ଲାରେ ପ୍ରଥମ କରୋନା ରୋଗୀ ଚିହ୍ନଟ

mahabharatanews