ଓଡିଶାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତକୁ ଆଖି ଆଗରେ ରଖି ଡିଜିପିଙ୍କ କଡା ଚେତାବନୀ । ଏଣିକି ଅପରାଧିଙ୍କୁ ଆଉ ନାହିଁ ନିସ୍ତାର । ପେସାଦର ଅପରାଧୀଙ୍କୁ ଏଥର ଏନାକାଉଣ୍ଟର। ସେ କହିଛନ୍ତି ଯେ ଅପରାଧକୁ ଜିରୋ ଟୋଲରେନ୍ସ। ଅପରାଧୀଙ୍କ ପାଇଁ ଓଡ଼ିଶାରେ ସ୍ଥାନ ନାହିଁ । ଅପରାଧ ଘଟାଇବା ପାଇଁ ଯେଉଁମାନେ ଚିନ୍ତା କରୁଛନ୍ତି ବ୍ରହ୍ମପୁର ଓ ସମ୍ବଲପୁର ଭଳି ଏନକାଉଣ୍ଟର ପାଇଁ ପ୍ରସ୍ତୁତ ରୁହନ୍ତୁ। ଗତ ୫ ଦିନ ମଧ୍ୟରେ ସାରା ରାଜ୍ୟରେ ୧୭୭୧ ଜଣଙ୍କୁ ଘଈଡ ଡ୍ରାଇଭ୍ କରାଯାଇଛି । ୬ ଜଣଙ୍କ ବିରୋଧରେ ଘଝଇ ଲଗାଯାଇଛି । ୫୦ ରୁ ଅଧିକ ଫେରାର ଅପରାଧୀଙ୍କୁ ଗିରଫ କରାଯାଇଛି । ସେହିଭଳି ଗୁଇନ୍ଦା ଆଧାରରେ ଜେଲ୍ ଫେରାନ୍ତଙ୍କ ଉପରେ କଡ଼ା ନଜର ରଖା ଯାଇଛି। ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବା ପାଇଁ ପ୍ରତ୍ୟେକ ଜିଲ୍ଲାର ଏସପି ଗ୍ରାଉଣ୍ଡ ଜିରୋରେ କାର୍ୟ୍ୟ କରୁଛନ୍ତି ।
ସେହିପରି ନିଶାଦ୍ରବ୍ୟ ଚୋରା ଚାଲାଣ ଉପରେ କଡା ନଜର ରହିଛି। ଖଣିଜ ଚୋରା ଚାଲାଣକାରୀଙ୍କୁ ଦୃଢ଼ ହସ୍ତରେ ଦମନ କରାଯାଉଛି । ଖଣି ମାଫିଆଙ୍କ ଉପରେ ନଜର ରହିଛି। ବେଆଇନ ଅସ୍ତ୍ର କାରବାର ରୋକିବାକୁ ୯ଟି ମାମଲା ରୁଜୁ ହୋଇଛି । ଗୋଚାଲାଣ କ୍ଷେତ୍ରରେ ମଧ୍ୟ ୫ଟି ମାମଲା ରୁଜୁ କରାଯାଇଛି। ସଡକ ସୁରକ୍ଷା କ୍ଷେତ୍ରରେ ମଧ୍ୟରେ ଅମାନିଆ ଡ୍ରାଇଭର ଓ ମାଲିକଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନିଆଯାଇଛି। ଆଗକୁ ଏହି ସ୍ପେଶାଲ ଡ୍ରାଇଭ ବଳବତ୍ତର ରହିବ ବୋଲି ଚେତାବନୀ ଦେଇଛନ୍ତି ଡିଜିପି।
