ଓଡିଶା

ଆଦିବାସୀ ବସ୍ତି ଓ ରେଢୁଆ କଲେଜରେ ଆର୍ଟ ଅଫ ଗିଭିଙ୍ଗ ଦିବସ ଅନୁଷ୍ଠିତ…

ଜଗତସିଂହପୁର ଜିଲ୍ଲା  ରଘୁନାଥପୁର ଆଦିବାସୀ ବସ୍ତି ଓ ରେଢୁଆ କଲେଜରେ ଆର୍ଟ ଅଫ ଗିଭିଙ୍ଗ ଦିବସ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଆର୍ଟ ଅଫ ଗିଭିଙ୍ଗର ଜ଼ିଲ୍ଲା ସଂଯୋଜକ ବିଜୟ କୁମାର ସ୍ୱାଇଁଙ୍କ ଅଧକ୍ଷ୍ୟତାରେ  ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ ।

କୀଟକୀମସ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା  ଆର୍ଟ ଅଫ ଗିଭିଙ୍ଗ ତ୍ରୟୋଦଶତମ ଦିବସ ପାଳନର ଲକ୍ଷ  ଓ ଏହାର ଚଳିତ ବର୍ଷର ଶୀର୍ଷକ ସେୟାର ଟୁ ସାଇନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ।  ପରେ ସ୍ଥାନୀୟ ଛାତ୍ରଛାତ୍ରୀଙ୍କୁ ଉପହାର , ଆଦିବାସୀ ମହିଳାମାନଙ୍କୁ ଶାଢ଼ୀ ,ଛୋଟ ପିଲାମାନଙ୍କୁ ପାଠ୍ୟ ଉପକରଣ ଆଦି ଆର୍ଟ ଅଫ ଗିଭିଂ ତରଫରୁ ବଣ୍ଟନ କରାଯାଇଥିଲା ।ଶେଷରେ ସ୍ଥାନୀୟ ଆଦିବାସୀମାନେ ନିଜର ପାରମ୍ପରିକ ଆଦିବାସୀ ନୃତ୍ୟ ପରିବେଷଣ କରିଥିଲେ।

Related posts

ସରିଆଁ ହାଇସ୍କୁଲର ରଜତ ଜୟନ୍ତୀ ଉଦଘାଟିତ

mahabharatanews

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ତରଫରୁ ଶତବାର୍ଷିକୀ ପାଳନ

mahabharatanews

ଆଜି ୩ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

mahabharatanews