ଓଡିଶା

୧୨୦ ରୁ ଉର୍ଦ୍ଧ ଗୋରୁ ଉଦ୍ଧାର କଲା ନିଶ୍ଚିନ୍ତକୋଇଲି ଥାନା ପୋଲିସ…

କଲିକତା ଗୋ-ଚାଲଣ ବେଳେ ୧୨୦ ରୁ ଉର୍ଦ୍ଧ ଗୋରୁଗାଈ ଓ ବାଛୁରୀ ଙ୍କୁ ଉଦ୍ଧାର କଲା ନିଶ୍ଚିନ୍ତକୋଇଲି ଥାନା ପୋଲିସ। ଆଜି ଅପରାହ୍ନରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଠାରେ ଗୋ-ଚାଲାଣ ର , କୌଣସି ସୂତ୍ରରୁ ଖବର ପାଇ ନିଶ୍ଚିନ୍ତକୋଇଲି ଥାନା ପୋଲିସ ସଦଳବଳ ଯାଇ ୧୨୦ ରୁ ଉର୍ଦ୍ଧ ଗୋରୁଗାଈ ଓ ବାଛୁରୀ ଙ୍କୁ ଉଦ୍ଧାର କରିଛି। ଏହି ସବୁ ଗୋରୁଗାଈ ଙ୍କୁ ଗୋରୁ ମାଫିଆମାନେ କଲିକତା ଚାଲାଣ କରିବା ପାଇଁ ଯୋଜନା କରୁଥିବା ସୂଚନା ମିଳିଛି।  ଏଠାରେ ଏହି ବେଆଇନ ଗୋ-ଚାଲାଣ ଦୀର୍ଘ ଦିନ ହେବ ଚାଲିଆସୁଥିବା ବେଳେ ଆଜି ପ୍ରଥମ ଥର ପୋଲିସ ର ଏହି ପଦକ୍ଷେପ କୁ ଅଂଚଳବାସୀ ପୋଲିସ କୁ ସାଧୁବାଦ ଦେଇଛନ୍ତି। ଏହି ସବୁ ଗୋରୁଗାଈ ଓ ବାଛୁରୀ ଙ୍କୁ ଟାଙ୍ଗୀ ସ୍ଥିତ ନନ୍ଦୀ ଗାଁ ଗୋଶାଳା କୁ ସ୍ଥାନାନ୍ତରିତ କରାଯିବ ବୋଲି ସୂଚନା ଦେଇଛନ୍ତି ନିଶ୍ଚିନ୍ତକୋଇଲି ଥାନା ଅଧିକାରୀ। ଏହି ଗୋ-ଚାଲାଣ ଅଭିଯୋଗ ରେ କାହାରିକୁ ଗିରଫ କରାଯାଇନାହିଁ କହିଛନ୍ତି ଥାନା ଅଧିକାରୀ।

Related posts

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ପଦ ସମ୍ଭାଳିବେ ଅନୁ ଗର୍ଗ

mahabharatanews

ମହିଳାଙ୍କ କାନ୍ଧରେ ପ୍ରସୂତିଙ୍କ ଜୀବନ

mahabharatanews

ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦାଙ୍କୁ ପୁରୀ ପୌର କାର୍ଯ୍ୟିନିର୍ବାହି ଅଧିକାରୀ ଭାବରେ ନିଯୁକ୍ତି

mahabharatanews