ଓଡିଶା

ମଦ ମାଫିଆକୁ ଝଟକା, ଚୋରା ଦେଶୀ ମଦ

ମଦ ମାଫିଆଙ୍କୁ ଝଟକା। ଜଳେଶ୍ଵର ଥାନା ରାଜପୁରଠାରେ ବିଳମ୍ବିତ ରାତିରେ ଚୋରା ଦେଶୀ ମଦ ଗୋଦାମ ଉପରେ ମାଜିଷ୍ଟ୍ରେଟ ତଥା ଜଳେଶ୍ଵର ତହସିଲଦାର  ସତ୍ୟଜିତ ମହାନ୍ତିଙ୍କ ଉପସ୍ଥିତିରେ ଜିଲ୍ଲା ପୋଲିସର ସ୍ୱତନ୍ତ୍ର ଟିମର ଚଢ଼ାଉ । ଦୁଇଟି ପିକପରେ  ବିପୁଳ ପରିମାଣର ଲକ୍ଷାଧିକ ଟଙ୍କାର ଦେଶୀ ବିଦେଶୀ ମଦ ଜବତ ହୋଇଥିବା ବେଳେ କେବଳ ଦେଶୀ ମଦ ୪ ହଜାର ୫୦୦ ଲିଟର ରହିଛି।  ଏଥି ସହିତ ତିନୋଟି ଧାରୁଆ ମାରାଣସ୍ତ୍ର,  ଜରୁରୀ କାଗଜପତ୍ର, ଏବଂ ଦୁଇଟି ପିକପକୁ ପୋଲିସ ଜଳେଶ୍ଵର ଥାନା କୁ ନେଇ ଅଧିକ ତଦନ୍ତ ଜାରି ରଖିଛି  । ଅନ୍ୟପଟେ  ଜଳେଶ୍ୱର ପୋଲିସ  ରାଜପୁର ସ୍ଥିତ ବିଖ୍ୟାତ  ମଦ  ବାଦଶାହା   ସେକ ସାଜନ ଘର ଉପରେ  ତୀକ୍ଷ୍ଣ ନଜର ରଖିବା ସହିତ , ଗତ  କାଲି ରାତିରୁ  ତାର ଘରକୁ ପୋଲିସ  ଜଗିଛି।  ନା କେହି ଭିତରୁ ବାହାର କୁ ଆସିପାରିବ, କିମ୍ବା ବାହାରୁ ଭିତରକୁ କେହି  ଯାଇପାରିବ । ଦୀର୍ଘ ଦିନ ହେବ ସେକ ସାଜନ୍ ମଦ କାରବାରରେ  ଜଡିତ ଥିବା ବେଳେ ,ତାଙ୍କ ନାମରେ ପୂର୍ବରୁ  ବିଭିନ୍ନ ମହଲରେ  ଅଭିଯୋଗ ହୋଇ ଆସୁଥିଲା। ତେବେ ମାତ୍ର 500 ମିଟର ଦୂରରେ ଜଳେଶ୍ଵର  ଅବକାରୀ  ଓ ମୋବାଇଲ ସ୍କ୍ୱାର୍ଡ ଥାଇବି  କେମିତି ଟେର୍ ପାଉନି ତାହାକୁ ନେଇ ସାଧାରଣରେ ଚର୍ଚ୍ଚା।

Related posts

ଜୁଆ ଆଡ୍ଡା ଉପରେ ହିଂଜିଳି ଥାନାର ଚଢାଉ

mahabharatanews

ଦୈନିକ ରାଜ୍ୟରେ ବଢୁଛି କରୋନା ସଂକ୍ରମଣ ;୧୧୨୨ ଜଣ ସଂକ୍ରମିତ ଚିହ୍ନଟ

mahabharatanews

ବିଜେଡିର ନିର୍ବାଚନ ଇସ୍ତାହାର ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ 

mahabharatanews