ଓଡିଶା

ଛଅଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଲୁଇସିଂ ଠାରେ ସରକାରଙ୍କ ପ୍ରସ୍ତାବିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଲୋଇସିଂ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ କୁମାର ସ୍ୱାଇଁଙ୍କ ଅଧକ୍ଷତାର ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମ କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସି ମାଧ୍ୟମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ  ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଏହି ଉତ୍ସବ ରେ  ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ,  କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦ ଭୂଷଣ, ବ୍ଲକ ଅଧ୍ୟକ୍ଷା ନମିତା କହଁର, ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା ସ୍ଥାନୀୟ ଲୋକ ପ୍ରତିନିଧି ପ୍ରମୁଖ

ଉପସ୍ଥିତ ରହି ପ୍ରାଥମିକ ଶିକ୍ଷାର ଭିତ୍ତିଭୂମି ସୁଦୃଢ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗେଇବା ଉଦେଶ୍ୟ ନେଇ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଥିବା କହିଥିଲେ।କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାମ ଚନ୍ଦ୍ର ବେହେରା ପରିଚାଳନା କରିଥିବା ବେଳେ ଅଂଚଳର ଶତାଧିକ ଶିକ୍ଷାବିତ ଓ ଜନସାଧାରଣ ଉପସ୍ଥିତ ଥିଲେ I ତେବେ ରାଜ୍ୟରେ ଏହିଭଳି ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିବା ରାଜ୍ୟ ସରକାରଙ୍କ ଏହା ଏକ ଅଭିନଵ ପ୍ରୟାସ ହୋଉଥିବା ବେଳେ ପ୍ରାଥମିକ ଶିକ୍ଷାର ମୂଳଦୁଆ କୁ ମଜଭୁତ କରିବା ଓ ପ୍ରତ୍ବେକ ପଞ୍ଚାୟତ ରେ ଗୋଟିଏ ଲେଖାଏଁ ବୁଶ୍ଵାସ୍ତରୀୟ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଯିବା ପାଇଁ ଲକ୍ଷ୍ୟ ରଖା ଯାଇଛି I

Related posts

ଭୁବନେଶ୍ୱର ସମେତ ରାଜ୍ୟର ୭ଟି ସହର ଭୂକମ୍ପପ୍ରବଣ

mahabharatanews

ଜୁନ୍‌ ପୂର୍ବରୁ ଯୁକ୍ତ୨ ପରୀକ୍ଷାଫଳ

mahabharatanews

ରାଜ୍ୟରେ ଆଉ ୨୫୧ କରୋନା ପଜିଟିଭ ଚିହ୍ନଟ, ଗଞ୍ଜାମରୁ ସର୍ବାଧିକ

mahabharatanews