ଓଡିଶା

ପରଜଙ୍ଗ ବୃନ୍ଦାବନପୁର ଗାଁରେ କାଳ ବୈଶାଖୀର ତାଣ୍ଡବ…

ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବୃନ୍ଦାବନପୁର ଗାଁରେ କାଳ ବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଜୋରରେ ପବନ ପ୍ରବାହ ସାଙ୍ଗକୁ ଝଡ ତୋଫାନରେ ବିରାଟକାୟ ଗଛ ଉପୁଡ଼ି ପଡିବା ସହ ଅନେକ କ୍ଷୟକ୍ଷତି ହୋଇଥିଲା। ଗାଁର କୈଳାସ ସାହୁଙ୍କ ଆଜବେଷ୍ଟସ ଘର ଭାଙ୍ଗିବା ସହ ପ୍ରଫୁଲ୍ଲ ସାହୁଙ୍କ ମୋଟର ସାଇକେଲଟି ଗଛ ତଳେ ଚାପି ହୋଇ ଭାଙ୍ଗି ଯାଇଥିଲା।

ସେହିପରି ଗାଁର କିଶୋରି ପରିଡାଙ୍କ ଛାତ ଘର ମଧ୍ୟ କାଳ ବୈଶାଖୀ ପ୍ରଭାବରେ ଭାଙ୍ଗିଥିଲା। ଅନେକ ବିଦ୍ୟୁତ ଖୁଣ୍ଟ ଉପୁଡି ଯିବା ଯୋଗୁଁ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା। ଘଟଣା ସ୍ଥଳରେ ପରଜଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି ଗଛ ଗୁଡିକ କାଟିବା ସହିତ ରାସ୍ତାକୁ କ୍ଳିଅର କରିଥିଲେ। ତେବେ କାଳବୈଶାଖୀ ପ୍ରବାହରେ କ୍ଷତିଗ୍ରସ୍ତ ଲୋକଙ୍କ ପରିବାରକୁ ସରକାରୀ ସହାୟତା ଯୋଗେଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Related posts

ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗର ଅଧ୍ୟକ୍ଷ ନିଯୁକ୍ତ

mahabharatanews

ଦିଆସିଲି କାଠିରେ ଶାଶ୍ୱତଙ୍କ ରେଡିଓ

mahabharatanews

ଏଣିକି ସମଲେଶ୍ୱରୀ ମନ୍ଦିରରେ ପାନ-ଗୁଡୁଖା ନିଷେଧ

mahabharatanews