ଓଡିଶାପର୍ବ ପର୍ବାଣି

ଧୁମଧାମର ସହ ସମ୍ପନ୍ନ ହେଲା ବାବା ଆଖଣ୍ଡଳମଣିଙ୍କ ଵିଵାହ

ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଶିବବିବାହ ପାଇଁ ଶୁକ୍ରବାର  ଉତ୍ସବମୁଖର ହୋଇ ଉଠିଥିଲା ଆରଡିପୀଠ। ଏହି ଵିଵାହ ଉତ୍ସବରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପାରମ୍ପରିକ ବାଦ୍ୟ ସହ ନୃତ୍ୟଶିଳ୍ପୀ ମାନେ ଯୋଗଦେଇଥିଲେ। ସହିପରି ବାବାଙ୍କ ଵିଵାହରେ ଦେଵଦମ୍ପତିଙ୍କର ଯୁଗଳମୂର୍ତ୍ତୀ ଦର୍ଶନ ପାଇଁ ପ୍ରାୟ ୫୦ହଜାରରୁ ଉର୍ଦ୍ଧ ଭକ୍ତଙ୍କ ଭିଡ଼ ଲାଗିଥିଲା ପୀଠରେ। ମଧ୍ଯରାତ୍ରରେ   ଦେବଦମ୍ପତି ବିବାହ ବନ୍ଧନରେ ବାନ୍ଧି  ହେବା ପରେ ଯୁଗଳମୂର୍ତ୍ତୀଙ୍କ ଦର୍ଶନ ପାଇଥିଲେ ଶ୍ରଦ୍ଧାଳୁ। ବୈଦିକ ରୀତିନୀତି ଓ ଲୋକାଚାରରେ  ମାନବୀୟ ଲିଳା ଭାବେ  କନ୍ଯାପିତା ଵିଚିତ୍ର  ପାଢୀଙ୍କ ପକ୍ଷରୁ ମଣିବାବାଙ୍କୁ ବରଣ ନିମନ୍ତେ ପାର୍ବତୀଙ୍କ ଭାଇ ଭାବେ ପବନପୁତ୍ର ହନୁମାନ ବରଧରା ରୂପେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ବାହାରି ପୀଠ ଓ ଆରଡ଼ି ବଜାର ପରିକ୍ରମା କରିବା ପରେ ବରପିତା ଗଦାଧର ପାଢୀଙ୍କ ଘରେ ପହଞ୍ଚିବା ପରେ ବ୍ରାହ୍ମଣ ଓ ଜ୍ଯୋତିଷ୍ଯଙ୍କ ଦ୍ବାରା ବରଣ ନୀତି କରାଯାଇଥିଲା।

ଏହି ଶୋଭାଯାତ୍ରରେ ଢେଙ୍କାନାଳର ଦୁଲୁଦୁଲି ବାଦ୍ଯ ସାଙ୍ଗକୁ ରାଜସ୍ଥାନ ଅଘୋରୀ ନୃତ୍ଯ, ବ୍ରହ୍ମପୁରର ଯୋଡିଶଙ୍ଖ, କଙ୍କାଳ ନୃତ୍ଯ, କଲିକତା ମେଦିନୀପୁର ର ମୟୁରଚୂଳିଆ ବାଦ୍ଯ, କେନ୍ଦୁଝରର କଳସ ନୃତ୍ଯ, ଦେବଗଣଙ୍କ ସହ ବିଭିନ୍ନ ଜିଲ୍ଲାରୁ ଆସିଥିବା ସଂକିର୍ତ୍ତନ ମଣ୍ଡଳୀ, ଘଣ୍ଟବାଦ୍ଯକାର ମାନେ ଯୋଗ ଦେଇଥିଲେ। ଅପରାହ୍ଣ ୪ଟାରେ ମଣିବାବା ଓ ମାତା ପାର୍ବତୀଙ୍କୁ ରାଜରାଜେଶ୍ବର ବେଶରେ ସୁସଜ୍ଜିତ କରାଯିବା ପରେ ବରପିତା ଓ କନ୍ଯାପିତାଙ୍କ ପକ୍ଷରୁ ଦିଅଁ ମଙ୍ଗୁଳା ଓ ହଳଦୀପାଣି ନୀତି କରାଯାଇଥିଲା।  ସଂଧ୍ଯା ୭ଟାରେ ଦେବଦେବ ମହାଦେବ ବର ରୂପେ ବିମାନରେ ବିଜେ କରି ବରାନୁଗମନ ଶୋଭାଯାତ୍ରାରେ ବାହାରିଥିଲେ। ଏହି ଶୋଭାଯାତ୍ରରେ ଭକ୍ତ ଓ ଭଗବାନଙ୍କର ମହାମିଳନ ହୋଇଥିଲା।

ରାତ୍ର ୧ଟା ଯାଏଁ ଶୋଭାଯାତ୍ରା ଚାଲିବା ପରେ ମନ୍ଦିର ସମୁଖରେ ନିର୍ମିତ ବିବାହ ମଣ୍ଡପରେ ଦେବଦମ୍ପତିଙ୍କର ବିବାହ କାର୍ଯ୍ଯ ସମ୍ପୂର୍ଣ୍ଣ ଲୋକାଚାରରେ ଅନୁଷ୍ଠିତ ହୋଇଥିଲା। ହଜାରହଜାର ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଥିବା ବେଳେ ପୁଲିସ ପ୍ରଶାସନ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ଯବସ୍ଥା କରାଯାଇଥିଲା।

ସ୍ତରୀୟ ସୁରକ୍ଷା ବ୍ଯବସ୍ଥା କରାଯାଇଥିଲା।

Related posts

ମହଙ୍ଗା ମାଡକୁ ନେଇ ଘେରାଉ କରିବ କଂଗ୍ରେସ

mahabharatanews

ରୋଷେଇ ବେଳେ ନିଆଁ ଲାଗି ଦମ୍ପତି ଗୁରୁତର

mahabharatanews

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି : ଏପ୍ରିଲ ୪ ତାରିଖରୁ ସକାଳୁଆ କୋର୍ଟ

mahabharatanews