ଓଡିଶା

ଜିଲ୍ଲା ସ୍ତରୀୟ ପିଏମ୍ କିଷାନ ଉତ୍ସବ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆତ୍ମ ନିର୍ଯୁକ୍ତି ପ୍ରଶିକ୍ଷଣ ସମ୍ମିଳନୀ କକ୍ଷ ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ  ଜିଲ୍ଲା ସ୍ତରୀୟ ପିଏମ୍ କିଷାନ ଉତ୍ସବ ଦିବସ  ପାଳିତ ହୋଇ ଯାଇଛି । ଏହି ଅବସରରେ  ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ମୁନିନ୍ଦ୍ର ହାନନାଗା, ଜିଲ୍ଲାମୁଖ୍ୟ କୃଷି ଅଧିକାରୀ ଏମ ପ୍ରକାଶ ରାଓ, କୃଷି ଜିଲ୍ଲା ଅଧିକାରୀ ପାରଳାଖେମୁଣ୍ଡି ଶ୍ରୀ ରବୀନ୍ଦ୍ର କୁମାର ଆଡ଼େକ,ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ, ପ୍ରମୁଖ ଯୋଗ ଦେଇଥିଲେ।ସରକାରଙ୍କ  ସମସ୍ତ ଜନହିତକାରୀ ଯୋଜନାର  ଲାଭ ଉଠାଇବା, ଆଧୁନିକ କୃଷି ପ୍ରଣାଳୀ ସହ ଅବଗତ ହେବା ପାଇଁ  ଚାଷୀମାନଙ୍କୁ ଆହ୍ଵାନ କରିଥିଲେ । ଏହି ଅବସରରେ ଗଜପତି ଜିଲ୍ଲାର 42 ହଜାର ରୁ ଉର୍ଦ୍ଧ୍ବ ଚାଷୀ ଭାଇ ଭଉଣୀ ଙ୍କୁ 23 ତମ କିସ୍ତି ରେ 8 କୋଟି ହସ୍ତାନ୍ତର କରାଯାଇଛି।

ବର୍ତ୍ତମାନ ଖରିଫ ଋତୁ ଚାଷ ସକାଶେ ସରକାରଙ୍କ ତରଫରୁ ଚାଷୀ ମାନଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି।ଚାଷୀଏହି ସହାୟତା ରାଶି ନିଜର ଚାଷ କାର୍ଯ୍ୟରେ ବିନିଯୋଗ କରିବେ।ଏହି କାର୍ଯ୍ୟକ୍ରମରେ  ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ,ବ୍ଲକ୍ କୃଷି ଅଧିକାରୀ,ଗ୍ରାମ୍ୟ କୃଷି କର୍ମଚାରୀ , କୃଷକ ସାଥୀ ଏବଂ କୃଷି ଓ ଆନୁଷଙ୍ଗିକ ଅଧିକାରୀ ଓ କର୍ମଚାରୀ ମାନଙ୍କ ସମେତ ବହୁ ସଂଖ୍ୟାରେ  ଚାଷୀ ଭାଇଭଉଣୀମାନେ ଯୋଗ ଦେଇଥିଲେ ଗଜପତି ରୁ ବିବେକାନନ୍ଦ ବେହେରା ।

Related posts

ଧନୁଯାତ୍ରାର ପୂର୍ବତନ କଂସ ମହାରାଜା ଗୋପାଳ ସାହୁଙ୍କ ପରଲୋକ

mahabharatanews

ସ୍ୱଂୟ ସାହାୟକ ଗୋଷ୍ଠୀର କରୋନା ସଚେତନତା କାର୍ଯ୍ୟ

mahabharatanews

ଗ୍ୟାସ ଲିକ୍ରୁ ଅଗ୍ନିକାଣ୍ଡ ୬ ବଖରା ଭସ୍ମ, ମହିଳା ଜୀବନ୍ତ ଦଗ୍ଧ

mahabharatanews