ଓଡିଶା

ଖୋଳତାଡ଼ ବଢ଼ିଲେ ବଢ଼ୁଛି ସମ୍ପତ୍ତିର ହିସାବ

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାଡା ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକଙ୍କ ବିରୋଧରେ ଭିଜିଲାନ୍ସର ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଚଢ଼ାଉ ବେଳେ ତାଙ୍କ ସହ ଜଡ଼ିତ ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇଛି।

ଭିଜିଲାନ୍ସ ତଦନ୍ତରେ କଟକ ବିଦ୍ୟାଧରପୁରରେ ଏକ ତିନି ମହଲା ବିଶିଷ୍ଟ ଆବାସିକ କୋଠା ଏବଂ ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ ଏକ ଦୁଇ ମହଲା କୋଠା ଠାବ କରାଯାଇଛି। ଏହା ସହିତ ଭୁବନେଶ୍ୱର, କଟକ, ଯାଜପୁର, ବାଲେଶ୍ୱର ଓ ଡେଲାଙ୍ଗ ଅଞ୍ଚଳରେ ୧୫ଟି ମୂଲ୍ୟବାନ ପ୍ଲଟ୍ ଥିବା ସୂଚନା ମିଳିଛି।

ତଲାସି ବେଳେ ୩ ଲକ୍ଷ ୪୫ ହଜାର ଟଙ୍କା ନଗଦ ସହ ଶ୍ରୀଲଙ୍କା, ନେପାଳ, ବାହାରିନ ଏବଂ ଆମେରିକାର ବିଦେଶୀ ମୁଦ୍ରା ଜବତ ହୋଇଛି। ସେହିପରି ଗୋଟିଏ ଜେସିବି ମେସିନ୍, ତିନୋଟି ଚାରି ଚକିଆ ଗାଡ଼ି ଏବଂ ଗୋଟିଏ ଦୁଇ ଚକିଆ ଯାନ ମଧ୍ୟ ଠାବ କରାଯାଇଛି।

ବ୍ୟାଙ୍କ ଜମା, ପୋଷ୍ଟାଲ ଡିପୋଜିଟ୍ ଏବଂ ଅନ୍ୟାନ୍ୟ ନିବେଶର ହିସାବ ଏବେ ଭିଜିଲାନ୍ସ ଖୋଳତାଡ଼ କରୁଛି। ସମସ୍ତ କୋଠା ଏବଂ ପ୍ଲଟ୍‌ର ମୂଲ୍ୟାଙ୍କନ କାର୍ଯ୍ୟ ଚାଲିଥିବା ବେଳେ ଚଢ଼ାଉ ଏବଂ ତଦନ୍ତ ଜାରି ରହିଛି।

Related posts

ଶିଖରଚଣ୍ଡୀ ପାହାଡ଼ ତଳୁ ମିଳିଲା ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ଶରୀର

mahabharatanews

କାଣ୍ଡସରରେ ୨୯ତମ ବାର୍ଷିକୀ ଶ୍ରୀମଦ୍ ରାମଚରିତ ମାନସ ପାରାୟଣ ଓ ଭକ୍ତି ଜ୍ଞାନଯଜ୍ଞ ଆରମ୍ଭ

mahabharatanews

ବିରୋଧୀଙ୍କୁ କଡା ଜବାବ ଦେଲେ ନବୀନ

mahabharatanews