ଅପରାଧଓଡିଶା

ଶିଖରଚଣ୍ଡୀ ପାହାଡ଼ ତଳୁ ମିଳିଲା ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ଶରୀର

ଭୁବନେଶ୍ୱର : ରାଜଧାନୀରେ ପୁଣି ଗଡ଼ିଲା ମୁଣ୍ଡ । ଶିଖରଚଣ୍ଡୀ ପାହାଡ଼ ତଳୁ ମିଳିଲା ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ଶରୀର । ଯୁବକ ଜଣଙ୍କ ନନ୍ଦନକାନନ ଥାନା ଅନ୍ତର୍ଗତ ବାଲିପଡ଼ା ଗାଁର ଲଲାଟେନ୍ଦୁ ପ୍ରଧାନଙ୍କ ପୁଅ ଅବିନାଶ ପ୍ରଧାନ ବୋଲି ଜଣ ପଡିଛି ।

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ପୁଲିସ ୨୨ ବର୍ଷୀୟ ଅବିନାଶଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଶିଖରଚଣ୍ଡୀ ପାହାଡ଼ ତଳୁ ଉଦ୍ଧାର କରିଥିଲା। ପରେ ତାଙ୍କୁ ଡାକ୍ତରଖାନା ନେବାବତରେ ମୃତ୍ୟୁ ହୋଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅବିନାଶଙ୍କ ମୃତଦେହ ନିକଟରୁ ପୁଲିସ ଏକ ବାଇକ୍ ଜବତ କରିଛି ।

ପୋଲିସ ଏନେଇ ତଦନ୍ତ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଅବିନାଶଙ୍କୁ କିଏ ଓ କାହିଁକି ହତ୍ୟା କରିଛି ତାହା ଏବେବି ଅସ୍ପଷ୍ଟ । ଅନୁସନ୍ଧାନକାରୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିବା ପରେ ତଦନ୍ତ ଆଗକୁ ଯିବ। ଏଣେ ଏହି ଘଟଣାରେ ପୁଲିସ ୪ଜଣଙ୍କୁ ଇନଫୋସିସ୍ ଥାନାରେ ଅଟକ ରଖି ପଚରାଉଚରା କରୁଥିବାର ସୂଚନା ମିଳିଛି।

Related posts

ପୁଣି ସାମ୍ନାକୁ ଆସିଲା କୋଭିଡ ନିୟମ ଉଲଘଂନର ସାଂଘାତିକ ଚିତ୍ର

mahabharatanews

ଗାଡ଼ିଆପଡ଼ା ଘାଟିରେ ବସ ଓଲଟି ୨୫ ଆହତ

mahabharatanews

ହକି ବିଶ୍ୱକପ ପାଇଁ ସଜେଇ ହେଇଛି ରାଉରକେଲା ସହର

mahabharatanews