ଓଡିଶା

କାଡିଙ୍ଗାମାଳି ଖଣିକୁ ନେଇ ବଡ଼ ଜନଶୁଣାଣି !

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କାଡିଙ୍ଗାମାଳି ଖଣିର ଉତ୍ପାଦନ କ୍ଷମତା ବୃଦ୍ଧିକୁ ନେଇ ଆଜି ଅନୁଷ୍ଠିତ ହୋଇଛି ବହୁ ପ୍ରତୀକ୍ଷିତ ସର୍ବସାଧାରଣ ଶୁଣାଣି। ଲକ୍ଷ୍ମୀପୁର ବ୍ଲକର ଚମ୍ପି ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ଜନଶୁଣାଣିରେ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା। ଖଣି ପ୍ରଭାବିତ ଅଞ୍ଚଳ ଚମ୍ପି, ତୋୟାପୁଟ, ଲକ୍ଷ୍ମୀପୁର, ଓଡ଼ିଆପେଣ୍ଟ ଏବଂ ଦଶମନ୍ତପୁର ବ୍ଲକର ମୁର୍କା ପଞ୍ଚାୟତର ବହୁ ସଂଖ୍ୟକ ଲୋକ ଏଥିରେ ଯୋଗଦେଇ ନିଜର ମତାମତ ରଖିଥିଲେ।

ବର୍ତ୍ତମାନ ୩.୬ ମିଲିୟନ ଟନ୍ ଉତ୍ପାଦନ କ୍ଷମତା ଥିବା କାଡିଙ୍ଗାମାଳି ଖଣିକୁ ୬ ମିଲିୟନ ଟନ୍‌କୁ ବୃଦ୍ଧି କରିବା ପ୍ରସ୍ତାବ ଉପରେ ଏହି ଶୁଣାଣି ଆୟୋଜିତ ହୋଇଥିଲା। ଖଣିର କ୍ଷମତା ବୃଦ୍ଧି ହେଲେ ଅଞ୍ଚଳରେ ଅଧିକ ରୋଜଗାର ସୁଯୋଗ, ଭିତ୍ତିଭୂମିର ବିକାଶ ଓ ଅର୍ଥନୈତିକ ଅଗ୍ରଗତି ହେବ ବୋଲି କେତେକ ମତ ପ୍ରକାଶ ପାଇଥିବା ବେଳେ, ପରିବେଶ ପ୍ରଦୂଷଣ, ଜଙ୍ଗଲ ଓ ଜଳସମ୍ପଦ ଉପରେ ପ୍ରଭାବକୁ ନେଇ ଅନେକ ଲୋକ ଚିନ୍ତା ମଧ୍ୟ ବ୍ୟକ୍ତ କରିଥିଲେ।

ଶୁଣାଣିରେ ଓଏମସି କର୍ତ୍ତୃପକ୍ଷ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ତେବେ ଏହି ଜନଶୁଣାଣି ପରେ ପ୍ରସ୍ତୁତ ହେବାକୁ ଥିବା ଚୂଡ଼ାନ୍ତ ରିପୋର୍ଟ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଏହି ରିପୋର୍ଟ ଆଧାରରେ ଖଣିର ଉତ୍ପାଦନ କ୍ଷମତା ବୃଦ୍ଧି ସମ୍ପର୍କିତ ଆଗାମୀ ନିଷ୍ପତ୍ତି ଗ୍ରହଣ କରାଯିବ।

Related posts

ବାଲୁକାକଳା ମାଧ୍ୟମରେ ମୁସଲମାନ ଭାଇ ଭଉଣୀଙ୍କୁ ପବିତ୍ର ରମଜାନ ମାସର ଶୁଭେଚ୍ଛା

mahabharatanews

ନଦୀରୁ ବସ୍ତାରେ ବନ୍ଧା ୨ ମୃତଦେହ ଉଦ୍ଧାର

mahabharatanews

ପୁରୀ ହାଜତ ମୃତ୍ୟୁ ମାମଲା: ଶବ ବ୍ୟବଚ୍ଛେଦ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

mahabharatanews