ଓଡିଶା

ବିନା ଫିଟନେସ୍‌ରେ ଗାଡ଼ି ଚଳାଇଲେ କଠୋର କାର୍ଯ୍ୟାନୁଷ୍ଠାନ

ବାରିପଦାଠାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଦୁର୍ଘଟଣାରେ ସମ୍ପୃକ୍ତ ଦୁଇଟିଯାକ ଗାଡ଼ିର ବୈଧ ‘ଫିଟନେସ୍ ପ୍ରମାଣପତ୍ର’ (Fitness Certificate) ନଥିଲା। ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତଦନୁଯାୟୀ, ଉକ୍ତ ଦୁଇଟିଯାକ ଗାଡ଼ିର ପଞ୍ଜୀକରଣ (Registration) ରଦ୍ଦ କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି।

ଏହାସହ, ଏଭଳି ସଡ଼କ ଦୁର୍ଘଟଣା ହ୍ରାସ କରିବାକୁ ବିନା ଫିଟନେସ୍‌ରେ ଗାଡ଼ି ଚଳାଚଳ ଉପରେ ରୋକ୍ ଲଗାଇବା ଦିଗରେ କଠୋର ପଦକ୍ଷେପ ନେବାକୁ  ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (RTO) ଏବଂ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ARTO) ମାନଙ୍କୁ ନିଜ ନିଜ ଅଞ୍ଚଳରେ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରିବା ପାଇଁ ଆଦେଶ ଦିଆଯାଇଛି। ରାସ୍ତାରେ ଚଳାଚଳ କରୁଥିବା ଏହିଭଳି ଅନୁପଯୋଗୀ ଓ ବିପଦପୂର୍ଣ୍ଣ ଗାଡ଼ିଗୁଡ଼ିକୁ ଚିହ୍ନଟ କରାଯାଇଛି। ନିୟମ ଉଲ୍ଲଂଘନ କରି ସଡ଼କକୁ ବିପଦପୂର୍ଣ୍ଣ କରୁଥିବା ଏହି ସମସ୍ତ ଗାଡ଼ିଗୁଡ଼ିକ ବିରୋଧରେ ମୋଟର ଯାନ ଆଇନ ଅନୁଯାୟୀ ପଞ୍ଜିକରଣ ରଦ୍ଦ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Related posts

ଜାରିହେଲା ବିଏମ୍‌ସିର ସ୍ବତନ୍ତ୍ର ନିର୍ଦ୍ଦେଶନାମା , ଡେରିରେ ଅଫିସ୍ ଆସିଲେ ଦରମା ବନ୍ଦ

mahabharatanews

ତ୍ରିରଙ୍ଗା ପତକାକୁ ମାଓବାଦୀଙ୍କ ବିରୋଧ

mahabharatanews

ବିଶ୍ୱପ୍ରସିଦ୍ଧ ରଥଯାତ୍ରା: ଆଉ ମାତ୍ର ଅପେକ୍ଷା ୬ ଦିନ  

mahabharatanews