ଖେଳଦେଶ ବିଦେଶ

ମହିଳା ରେସଲର ଭିନେଶ ଫୋଗଟଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ

ମହିଳା ରେସଲର ଭିନେଶ ଫୋଗଟଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ କରିଛି ଭାରତୀୟ ରେସଲିଂ ଫେଡେରେଶନ । ଡୋପିଂ ନିୟମ ଉଲ୍ଲଂଘନ ନେଇ ଭିନେଶ ଫୋଗଟଙ୍କୁ ନୋଟିସ ଜାରୀ କରାଯାଇଛି । ଦିଲ୍ଲୀ ହାଇକୋର୍ଟ ସୋମବାର ୨ ସପ୍ତାହ ମଧ୍ୟରେ ଏହି ନୋଟିସର ସମାଧାନ କର ବୋଲି ଡବ୍ଲ୍ୟୁଏଫଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ଏସୀୟ କ୍ରୀଡାକୁ ନେଇ ଭିନେଶଙ୍କ ଅଭିଯୋଗ ଏବେ ଗୁରତ୍ୱହୀନ ହୋଇପଡିଛି । ଏହି ମାମଲାର ତୁରନ୍ତ ସମାଧାନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଡବ୍ଲ୍ୟୁଏଫଆଇର ଓକିଲ କୋର୍ଟଙ୍କୁ ଜଣାଇଛନ୍ତି ଯେ, ଭିନେଶଙ୍କୁ ଟ୍ରାଏଲରେ ସାମିଲ ହେବା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା ।

Wrestling 53 kg draws out, Vinesh Phogat's opponents at Tokyo Olympics

ତେବେ ବର୍ତମାନ ଭିନେଶଙ୍କ ଅଭିଯୋଗର ମାନେ ଆଉ କିଛି ନାହିଁ । ଡୋପିଂ ନିୟମ ଉଲ୍ଲଂଘନ କରିବା ଯୋଗୁ ଫେଡେରେଶନ କାରଣ ଦର୍ଶାଅ ନୋଟିସ ଜାରୀ କରିଥିଲେ । ଭିନେଶ ଫେଡେରେଶନ ବିପକ୍ଷରେ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ପରେ ତାଙ୍କ ଏସୀୟ କ୍ରୀଡା ଯୋଗ୍ୟତାପର୍ଯ୍ୟାୟ ମୁକାବିଲାରେ ଅଂଶଗ୍ରହଣ କରିବା ପାଇଁ ଅନୁମତି ମିଳିଥିଲା । ୫୩ କିଗ୍ରା ବିଭାଗରେ ସେ ମୀନାକ୍ଷୀ ଗୋୟାତଙ୍କ ନିକଟରୁ ହାରି ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଥିଲେ ।

Vinesh Phogat pulls out of proposed wrestling camp

Related posts

ମୌସୁମୀ ପ୍ରଭାବରେ ଝଡ଼ ଏବଂ ପ୍ରବଳ ବର୍ଷା, ଆଇଏମଡି ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି

mahabharatanews

ଖସିବ ଅଶୋଧିତ ତୈଳ ସହ ଗ୍ୟାସ୍ ଦର

mahabharatanews

ରାହୁଲ ଗାନ୍ଧୀଙ୍କୁ ରାମଙ୍କ ସହ ତୁଳନା , ବିରୋଧ କଲା ବିଜେପି

mahabharatanews