ଅପରାଧଓଡିଶା

ଏମିତି ନେଉଥିଲେ ଲାଞ୍ଚ, ସିଧା ହାତକଡ଼ି ପିନ୍ଧାଇଲା ଭିଜିଲାନ୍ସ

ଭିଜିଲାନ୍ସ ଜାଲରେ ଜୟପୁରର ଖଣି ଉପନିର୍ଦ୍ଦେଶକ ସତ୍ୟଜିତ ରାଉତ। ଜଣେ ବ୍ୟବସାୟୀଙ୍କଠାରୁ ବାଲି ଲିଜର ଅବଧି ବୃଦ୍ଧି କରିବା ସହ ସ୍ପଟ୍ ଆକ୍ସନ ନ କରିବା ପାଇଁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗତକାଲି ରାତିରେ ତାଙ୍କୁ ଭିଜିଲାନ୍ସ ଟିମ୍ ହାତେନାତ ଧରିଥିଲା। ଏହାପରେ ଆଜି ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ଭିଜିଲାନ୍ସ ଏସପି ଏସ୍. ସୁଶ୍ରୀଙ୍କ ସୂଚନା ଅନୁସାରେ, ସତ୍ୟଜିତ ରାଉତଙ୍କ ନିକଟରୁ ମୋଟ ୬ ଲକ୍ଷ ୯୦ ହଜାର ଟଙ୍କା ଜବତ କରାଯାଇଛି। ସେହିପରି ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗକୁ ନେଇ ଜୟପୁର ସମେତ କଟକସ୍ଥିତ ତାଙ୍କ ପୈତୃକ ଘରେ ଚଢ଼ାଉ ଜାରି ରହିଛି। ଏହାସହ ମହାରାଷ୍ଟ୍ରର ନାଗପୁରରେ ଥିବା ତାଙ୍କ ପତ୍ନୀଙ୍କ ବାସଭବନ ଓ କାର୍ଯ୍ୟାଳୟରେ ମଧ୍ୟ ତଦନ୍ତ କରାଯିବ ବୋଲି ଭିଜିଲାନ୍ସ ସୂଚନା ଦେଇଛି।

ସୂଚନାଯୋଗ୍ୟ, ସତ୍ୟଜିତ ରାଉତ ୨୦୧୩ ମସିହାରେ ଜିଓଲୋଜିଷ୍ଟ ଭାବେ ଚାକିରି ଆରମ୍ଭ କରିଥିଲେ। ପରେ ପଦୋନ୍ନତି ପାଇ ସମ୍ବଲପୁର, ବ୍ରହ୍ମପୁର ଓ ଭୁବନେଶ୍ୱରରେ କାର୍ଯ୍ୟ କରିବା ପରେ ୨୦୨୩ ଜୁନ୍ ୩୦ରେ ଜୟପୁରରେ ଖଣି ଉପନିର୍ଦ୍ଦେଶକ ଭାବେ ଯୋଗ ଦେଇଥିଲେ। ବର୍ତ୍ତମାନ ସମଗ୍ର ଘଟଣାର ତଦନ୍ତ ଜାରି ରହିଛି।

Related posts

୨୨ରେ ଲଘୁଚାପ ସୃଷ୍ଟି ସମ୍ଭାବନା

mahabharatanews

ମେ ୮ରୁ ଓଜେଇଇ ପ୍ରବେଶିକା ପରୀକ୍ଷା ଆରମ୍ଭ

mahabharatanews

ବଢୁଛି ଡେଙ୍ଗୁ ଆତଙ୍କ: ୧୯୭  ପଜିଟିଭ ଚିହ୍ନଟ 

mahabharatanews