ଓଡିଶା

ଖୋଲିଲା ହୀରାକୁଦ ଗେଟ୍, ମହାନଦୀକୁ ଛଡ଼ାଗଲା ବର୍ଷର ପ୍ରଥମ ବନ୍ୟାଜଳ

ଖୋଲିଲା ହୀରାକୁଦ ଗେଟ୍ । ମହାନଦୀ ଗର୍ଭକୁ ଛୁଟିଲା ବର୍ଷର ପ୍ରଥମ ବନ୍ୟାଜଳ, ଆଉ ପ୍ରକମ୍ପିତ ହୋଇଉଠିଲା ପୂରା ହୀରାକୁଦ ପରିସର। ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ଲଗାଣ ବର୍ଷା ଯୋଗୁଁ ଡ୍ୟାମ୍‌ର ଜଳସ୍ତର ହୁ ହୁ ହୋଇ ବଢ଼ିଚାଲିଥିବା ବେଳେ, ଆଜି ଠିକ୍ ସକାଳ ୧୧ଟାରେ ସାଇରନ୍‌ର ଭୟଙ୍କର ଶବ୍ଦ ସହ ଖୋଲିଛି ହୀରାକୁଦର ଗେଟ୍। ମହାନଦୀର ବୁକୁ ଚିରି ପ୍ରଳୟଙ୍କରୀ ବେଗରେ ମାଡ଼ି ଚାଲିଛି ବନ୍ୟାଜଳ, ଯେଉଁଥିପାଇଁ ପ୍ରଥମ ପର୍ଯ୍ୟାୟରେ ଡ୍ୟାମ୍‌ର ମୋଟ ୪ଟି ଗେଟ୍‌କୁ ମୁକ୍ତ କରାଯାଇଛି, ଯେଉଁଥିରେ ବାମ ପାର୍ଶ୍ୱରୁ ୩ଟି ଏବଂ ଡାହାଣ ପାର୍ଶ୍ୱରୁ ୧ଟି ଗେଟ୍ ସାମିଲ ଅଛି। ଜଳଭଣ୍ଡାର ଭିତରକୁ ଯେଉଁଭଳି ଭାବେ ବନ୍ୟାପାଣି ପଶୁଛି, ତାକୁ ଦେଖିଲେ ଆଗକୁ ଆହୁରି ଅଧିକ ଗେଟ୍ ଖୋଲିବା ସମ୍ଭାବନାକୁ ଆଦୌ ଏଡ଼ାଇ ଦିଆଯାଇନପାରେ। ସେପଟେ ପାଣିର ଏହି ରୌଦ୍ରରୂପକୁ ଦେଖି ଜଳ ସମ୍ପଦ ବିଭାଗ ପକ୍ଷରୁ ହାଇ-ଆଲର୍ଟ ଜାରି କରାଯାଇଛି ଏବଂ ସମ୍ବଲପୁରଠାରୁ ଆରମ୍ଭ କରି କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଭଳି ତଳିଆ ଅଞ୍ଚଳର ଲୋକଙ୍କୁ ନଦୀ ଭିତରକୁ ନଯିବା ସହ ସମ୍ପୂର୍ଣ୍ଣ ସତର୍କ ରହିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

Related posts

୨୦ ଫୁଟ ତଳକୁ ଖସିଲା ବସ, ୪ ଆହତ

mahabharatanews

ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ମୀନାକ୍ଷୀ ବାହିନୀ

mahabharatanews

ରେଳ ଦୁର୍ଘଟଣା : ଏଣିକି ବାହାନଗାରେ ଅଟକିବ ଟ୍ରେନ୍

mahabharatanews