ଓଡିଶା

ଖଲଣା ଠାରେ ଘସିପୁରା କଂଗେସ ପକ୍ଷରୁ ବିଏଲ୍ଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

 ଘସିପୁରା ନିର୍ଵାଚନ ମଣ୍ଡଳୀର ପଂଚାୟତ ନିର୍ବାଚନ ପୂର୍ବ ରୁ କଂଗ୍ରେସ ର ରଣ କୌଶଳ ପ୍ରତେକ ପଞ୍ଚାୟତର ବୁଥ ସଭାପତି ଏବଂ କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଘସିପୁରା କଂଗେସ ପକ୍ଷରୁ ଖଲଣା ଠାରେ ବ୍ଲକ କଂଗ୍ରେସ ସଭାପତି ତ୍ରିଲୋଚନ ପରିଡାଙ୍କ ସଭାପତିତ୍ୱରେ ବିଏଲ୍ଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପୂର୍ବତନ କଂଗ୍ରେସ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସମ୍ନାନିତ ଅତିଥି ଭାବେ କଂଗ୍ରେସ ବିଧାୟକ ପ୍ରାର୍ଥୀ ସୁବ୍ରତ କୁମାର ଚକ୍ର, ଘସିପୁରା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ମନୋଜ ରାଉତ ଯୋଗଦେଇ ପ୍ରତେକ ବିଏଲ୍ଏ  ଏବଂ କଂଗ୍ରେସ କାଯ୍ୟକର୍ତା ମାନଙ୍କ ଉଦେଶ୍ୟ ରେ ଅଭିଭାଷଣ ରଖିଥିଲେ।

ଆଗାମୀ ୩ତାରିଖ ପର୍ଯ୍ୟନ୍ତ କଠିନ ପରିଶ୍ରମ କରି ପ୍ରତେକ ବୁଥରେ ଭୋଟର ଙ୍କ ଭୋଟର ଲିଷ୍ଟ ଠିକ କରିବା ସହ କଂଗ୍ରେସ କିପରିଭାବେ ଆଗାମୀ ଦିନରେ ମଜବୁତ ହୋଇ ପାରିବ ସେ ସଂକ୍ରାନ୍ତ ରେ ବୁଝାଇ କହିଥିଲେ ଶ୍ରୀ ନିରଞ୍ଜନ ପଟ୍ଟନାୟକ।

Related posts

ବୌଦ୍ଧରେ ବନବିଭାଗ ପକ୍ଷରୁ ‘ଗଜ ସାଥି’ ଓ ‘ବିଦ୍ୟୁତ ପ୍ରହରୀ’ ତାଲିମ ଶିବିର

mahabharatanews

ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

mahabharatanews

” ଯୁବ ଶକ୍ତି ହିଁ ଓଡ଼ିଶାକୁ ଆଗକୁ ନେବ”: ବିଜେଡି ସୁପ୍ରିମୋ

mahabharatanews