ଓଡିଶା

ଆନ୍ଧ୍ରପ୍ରଦେଶକୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି, ଅନ୍ତର୍ଜାତୀୟ ବିମାନବନ୍ଦର ଉଦଘାଟିତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଆର୍ଥାତ ଆଜି ଆନ୍ଧ୍ରପ୍ରଦେଶକୁ ଏକ ବଡ଼ ଉପହାର ଦେଇଛନ୍ତି। ସେ ବିଜୟନଗରମ ଜିଲ୍ଲାର ଭୋଗପୁରମରେ ୫,୦୦୦ କୋଟି ଟଙ୍କାର ‘ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର’ର ଉଦଘାଟନ କରିଛନ୍ତି। ଏହାସହ ସେ ରାଜ୍ୟ ପାଇଁ ସମୁଦାୟ ୧୭,୯୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବଂ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଉପସ୍ଥିତ ଥିଲେ।

Image

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ‘ଭାରତ ମାତା କି ଜୟ’ ଆହ୍ୱାନ ସହ ଏକ ବିଶାଳ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ସେ କହିଥିଲେ, ଆଜି ଆନ୍ଧ୍ରପ୍ରଦେଶ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ। ଏହା ଆନ୍ଧ୍ରର ଯୁବକମାନଙ୍କ ଉନ୍ନତ ଭବିଷ୍ୟତ ପାଇଁ ଏକ ଲଞ୍ଚପ୍ୟାଡ୍। ଗୋଟିଏ ପରିବାର ନାମରେ ବିମାନବନ୍ଦର ନାମକରଣ ପରମ୍ପରାକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ, ପୂର୍ବରୁ ଦେଶରେ ବିମାନବନ୍ଦର ନିର୍ମାଣ ହେଲେ ଗୋଟିଏ ପରିବାର ନାମରେ ନାମିତ କରାଯାଉଥିଲା, କିନ୍ତୁ ଆମେ ଏହି ପରମ୍ପରାକୁ ପରିବର୍ତ୍ତନ କରିଛୁ। ଅଯୋଧ୍ୟା ଏବଂ ପଞ୍ଜାବରେ ମଧ୍ୟ ଏହି ପରମ୍ପରା ବଦଳାଯାଇଛି। ଏନଡିଏ (NDA) ସରକାରଙ୍କ ଅଧୀନରେ ଦେଶ ନିରନ୍ତର ବିକାଶ କରୁଛି।

Image

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଆଜି ପ୍ରାୟ ₹୧୮,୦୦୦ କୋଟି ଟଙ୍କାର ବିକାଶ ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ, ଲୋକାର୍ପଣ ଏବଂ ଶିଳାନ୍ୟାସ କରାଯାଇଛି। ବିମାନବନ୍ଦର ସହିତ ଏହି ପ୍ରକଳ୍ପଗୁଡ଼ିକ ଆନ୍ଧ୍ରପ୍ରଦେଶର ସଡ଼କ ସଂଯୋଗ, ଶକ୍ତି ସୁରକ୍ଷା, ବିମାନ ଚଳାଚଳ, ସ୍ୱଚ୍ଛ ଶକ୍ତି, ଏବଂ ଅର୍ଦ୍ଧପରିବାହୀ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବ।

 

Related posts

ଏପ୍ରିଲ ୨୦ ଓ ୨୧ରେ ହେବ Skill Conclave

mahabharatanews

ବିଚାରଧୀନ ବନ୍ଦୀଙ୍କ ଶିଶୁ ଚି଼ହ୍ନଟ ଓ ପରାମର୍ଶ କର୍ମଶାଳା

mahabharatanews

ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପ୍ରକାଶ ପାଇଲା ବିଜ୍ଞପ୍ତି: ନଭେମ୍ବର ୧୭ ନାମାଙ୍କନ ଦାଖଲର ଶେଷ ତାରିଖ ୧୮ରେ ଯାଞ୍ଚ

mahabharatanews