ଓଡିଶା

ଲାଞ୍ଜିଗଡ଼ରେ ମହାସମାରୋହରେ ପାଳିତ ହେଲା ବିଶ୍ୱ ଆଦିବାସୀ ଦିବସ

ଆଦିବାସୀ ସଂସ୍କୃତି, ପରମ୍ପରାର ସଂରକ୍ଷଣ ଏବଂ ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ସଙ୍ଘ ସଭାପତି ଶୁକୃ ମାଝୀଙ୍କ ତତ୍ୱବଧାନରେ ଏନବିଏନ କଲୋନୀ ଖେଳ ପଡ଼ିଆଠାରେ ଆଡ଼ମ୍ବର ସହକାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବସନ୍ତ ପଡ଼ା ସ୍ଥିତ ଆଦିବାସୀ ସାହି ଭୈରବୀ ମନ୍ଦିରରୁ ଏକ ଭବ୍ୟ ମଶାଲ ଶୋଭାଯାତ୍ରା ବାହାରି ମଞ୍ଚ ସ୍ଥଳରେ ପହଞ୍ଚିବା ପରେ ସେଠାରେ ମଶାଲ ସ୍ଥାପନ କରାଯାଇଥିଲା। ଆଦିବାସୀ କଳା, ପାରମ୍ପରିକ ନୃତ୍ୟ ଓ ସଂସ୍କୃତିର ମନୋରମ ପ୍ରଦର୍ଶନ ଏହି ସମାରୋହର ମୁଖ୍ୟ ଆକର୍ଷଣ ପାଲଟିଥିଲା। ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଦିବାସୀ ସମାଜର ପ୍ରଗତି ଉପରେ ଗୁରୁତ୍ୱାରୋପ କରିଥିଲେ।

ସେହିପରି ପୂର୍ବତନ ମନ୍ତ୍ରୀ ଡଃ  ବଳଭଦ୍ର ମାଝୀ ମୁଖ୍ୟ ବକ୍ତା ଯୋଗଦେଇ ଆଦିବାସୀ ସଂସ୍କୃତିର ସଂରକ୍ଷଣ ଓ ସାମାଜିକ ବିକାଶ ଉପରେ ଆଲୋକପାତ କରିଥିଲେ। ବିଶିଷ୍ଟ ଅତିଥି ଭାବେ ରାଜ୍ୟ ଆଦିବାସୀ ମୋର୍ଚ୍ଚା ଉପସଭାପତି ରମେଶ ମାଝୀ ଏବଂ ଜିଲ୍ଲା ମହିଳା ନେତ୍ରୀ ଦ୍ରୌପଦୀ ମାଝୀ ଆଦିବାସୀମାନଙ୍କ ସାମାଜିକ ଓ ଅର୍ଥନୈତିକ ସଶକ୍ତୀକରଣ ନେଇ ନିଜର ବକ୍ତବ୍ୟ ରେ କହିଥିବା ବେଳେ କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଜିଲ୍ଲା ପରିଷଦ ସଭ୍ୟା ଅଞ୍ଜଳି ମାଝୀ, ସରପଞ୍ଚ ସଂଘ ସଭାପତି ସାନ୍ଦ୍ରୁ ମାଝୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଫକୀର ମୋହନ ମାଝୀ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଟଙ୍କଧର ମାଝୀ, ସ୍ୱେଚ୍ଛାସେବୀ ହରିଶଙ୍କରଳ ପାତ୍ର ଏବଂ ପ୍ରଥମ ଓ.ଏ.ଏସ ସନାତନ ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ।

Related posts

ମୁମ୍ବାଇ-ବେଙ୍ଗଲୁରୁ ଉଦ୍ୟାନ ଏକ୍ସପ୍ରେସ ଟ୍ରେନରେ ନିଆଁ

mahabharatanews

ସୋନପୁର ମହାବିଦ୍ୟାଳୟର ୫୪ ତମ ବାର୍ଷିକୋତ୍ସବ -୨୦୨୦ ଉଦଘାଟିତ

mahabharatanews

ପାଉଡର ଚୋର ସିସିଟିଭିରେ କଏଦ

mahabharatanews