ଅପରାଧଓଡିଶା

ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର: ନାବାଳିକାଙ୍କୁ ଅପହରଣ କରି ଯାଜପୁରରେ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଘଟଣାର ୧୯ ଦିନ ପରେ ନାବାଳିକାଙ୍କୁ ଉଦ୍ଧାର କରିଛି ଇନ୍‌ଫୋସିଟି ଥାନା ପୋଲିସ। ଏହି ମାମଲାରେ ଅଭିଯୁକ୍ତ ନିରଞ୍ଜନ ମଲିକଙ୍କୁ ପୋଲିସ ଗିରଫ କରିଛି।

ସୂଚନା ଅନୁସାରେ, ଭୁବନେଶ୍ୱରରୁ ନାବାଳିକାଙ୍କୁ ଅପହରଣ କରାଯାଇଥିବା ବେଳେ ଯାଜପୁରରେ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ରହିଛି। ନାବାଳିକାଙ୍କ ଭଉଣୀ ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ନାବାଳିକାଙ୍କୁ ଖୋଜିବା ପାଇଁ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଟିମ୍‌ ଯାଜପୁରରେ ଚଢ଼ାଉ କରି ଶେଷରେ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ନିରଞ୍ଜନ ମଲିକଙ୍କୁ ଧରି ଭୁବନେଶ୍ୱର ଆଣିଥିଲା। ଘଟଣାରେ ପୋଲିସର ତଦନ୍ତ ଜାରି ରହିଛି।

Related posts

ଏଣିକି ସମଲେଶ୍ୱରୀ ମନ୍ଦିରରେ ପାନ-ଗୁଡୁଖା ନିଷେଧ

mahabharatanews

୩୦ ତାରିଖରେ ହେବ ବିଦିପନୀ, ୬୦ ହଜାର ରୁ ଉର୍ଦ୍ଧ ଭକ୍ତ ଯୋଗଦେବେ…

mahabharatanews

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

mahabharatanews